ରାଜ୍ୟରେ ପୁଣି ଆଜି ୩ ହଜାର ତଳେ ରହିଛି ସଂକ୍ରମଣ ହାର

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୬୭ ଟି ଲୋକାଲ୍ କେସ୍ ରହିଛି । 

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୮୯ଜଣ, ଢେଙ୍କାନାଳରୁ ୫୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୩ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୬୨ଜଣ, କେନ୍ଦୁଝରରୁ ୫୧ଜଣ, କୋରାପୁଟରୁ ୪୦ଜଣ, ମାଲକାନଗିରିରୁ ୩୨ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୮୩ଜଣ, ନୂଆପଡ଼ାରୁ ୨ଜଣ, ରାୟଗଡ଼ାରୁ ୧୫ଜଣ ଓ ସମ୍ବଲପୁରରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରୀ ବାଲେଶ୍ୱରରୁ ୧୪୬ଜଣ, ମୟୂରଭଞ୍ଜରୁ ୧୪୧ଜଣ, ପୁରୀରୁ ୧୨୭ଜଣ, ଯାଜପୁରରୁ ୧୧୧ଜଣ, ଅନୁଗୋଳରୁ ୬୧ ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗିରରୁ ୯ଜଣ, ବୌଦ୍ଧରୁ ୧୦ଜଣ, ଦେବଗଡ଼ରୁ ୬ଜଣ, ସୋନପୁରରୁ ୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭ ଜଣ ଚିହ୍ନଟ ହେବା ସହିତ ଷ୍ଟେଟ୍ ପୁଲ୍‌ରୁ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ଅ୍ରାକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚିଛି ।

Leave a Reply

Your email address will not be published.