ଆଜି ରାଜ୍ୟରେ ସର୍ବାଧିକ ୬୫ଜଣଙ୍କ କରୋନାରେ ମୃତ୍ୟୁ

ଭୂବନେଶ୍ବର: କରୋନା ମହାମାରୀ ରାଜ୍ୟରେ ମୃତ୍ୟୁର ତାଣ୍ଡବ ଖେଳୁଛି । ଦିନ ପ୍ରତିଦିନ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ ଭାଙ୍ଗୁଛି ମହାମାରୀ । ଆଜି ରାଜ୍ୟରେ ସର୍ବାଧିକ ୬୫ ଲୋକଙ୍କ ମୃତ୍ୟୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।

ଏବେ ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହରୀର ପ୍ରଭାବ ଜାରି ରହିଥିବା ବେଳେ ଧିରେ ଧିରେ କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଳ ମୁହାଁ ହୋଇଛି ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି, ଯାହାକୁ ନେଇ ଭୟବିତ ଅବସ୍ଥାରେ ରହିଛନ୍ତି ରାଜ୍ୟବାସୀ ।

Leave a Reply

Your email address will not be published.