ଯୁବକକୁ ନିର୍ମମ ଭାବେ ହତ୍ୟା

ରାଉଲକେଲା: ରାଉରକେଲା ସହରର ପ୍ଲାଣ୍ଟ ପରିସରରେ ଜଣେ ବ୍ୟକ୍ତିକୁ ବାଡ଼ିରେ ଅତି ନିର୍ମମ ଭାବେ କିଛି ଲୋକ ପିଟି ପିଟି ହତ୍ୟା କରିଛନ୍ତି । ବାଡ଼ିରେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦେଓ ଗାଁ ଅଞ୍ଚଳର ବାସିନ୍ଦା । ସଚିନ ଗୋପ ନାମକ ବ୍ୟକ୍ତିଙ୍କୁ ପ୍ଲାଣ୍ଟ ପରିସରରେ କିଛି ଲୋକମାନେ ନିସ୍ତୁକ ବାଡ଼ିରେ ପିଟି ପିଟି ଜୀବନରୁ ମାରିଦେଇଛନ୍ତି । ଯାହାର ଭାଇରାଲ୍ ଭିଡିଓଟି ଏବେ ସୋଶାଲ ମିଡିବାରେ ଖୁବ୍ ଜୋରରେ ଘୁରି ବୁଲୁଛି ।

ଅନ୍ୟପଟେ ଏହି ବ୍ୟକ୍ତି ଜଣକ ପ୍ଲାଣ୍ଟରୁ ଚୋରି କରିବା ଉଦେଶ୍ୟରେ ଆସିଥିବାର ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଛି । ଅସାବଧାନତା ଯୋଗୁ ପାଚେରୀରୁ ଗୋଡ଼ ଖସି ତାଙ୍କର ମୃତ୍ୟୁ ହୋଇଛି ବୋଲି ଟାଙ୍ଗର ପାଲି ଥାନା ପୋଲିସ ଜଣାଇଛି । ତେବେ ମୃତ ଶରୀରର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଛି ପୋଲିସ । ଏବେ ଭାଇରାଲ୍ ଭିଡିଓ ଅନୁଯାୟୀ, ଏହା ଏକ ସଂପୂର୍ଣ୍ଣ ହତ୍ୟାକାଣ୍ଡ । ତେବେ ପ୍ରଶ୍ନ ଉଠିଛିଯେ, ଭାଇରାଲ ଭିଡିଓ ସତ କହୁଛି ନା ପୋଲିସ , ଅନ୍ୟପକ୍ଷେ ହତ୍ୟାକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ବୋଲି ବୁଦ୍ଧୀଜିବି ମହଲ ଦାବୀ ହୋଇଛି ।

Leave a Reply

Your email address will not be published.