ଆଜି ଭର୍ଚୁଆଲ ମାଧ୍ୟମରେ ୬ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଟିତ ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସକାଳ ୧୧ ଟାରୁ ବୈଠକ ଆରମ୍ଭ ହେବ । ବୈଠକରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡିଶା, ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ସହିତ କୋଭିଡ ସ୍ଥିତିର ସମିକ୍ଷା କରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦିନ ଦେଶର ଅନେକ ସ୍ଥାନରେ, ବିଶେଷକରି ପାହାଡ ଆଦିରେ କୋଭିଡ ନିୟମର ଉଲ୍ଲଂଘନ ପ୍ରସଙ୍ଗ ଉଠାଇବା ପରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୮୦୬ ନୁଆ କରୋନା ସଂକ୍ରମଣ ରିପୋର୍ଟ ଆସିଥିବାବେଳେ ଗତକାଲିର ୩୮,୭୯୨ ମାମଲାରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୩,୦୯,୮୭,୮୮୦ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ ୩,୦୧,୪୩,୮୫୦ ସୁସ୍ଥ ଏବଂ ୪,୧୧,୯୮୯ ଲୋକଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published.