ଆଇପିଏଲ ୨୦୨୨ରେ ପ୍ରବେଶ ହେବେ ୨ଟି ନୂଆ ଟିମ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ଆଇପିଏଲ ୨୦୨୨ ଉପରେ ରହିଛି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଖୁବ ଶୀଘ୍ର ୨ଟି ନୂଆ ଟିମର ପ୍ରବେଶ ହେବ । କ୍ରିକବୁଜର ରିପୋର୍ଟ ଅନୁସାରେ ଜୁଲାଇରେ ୨ଟି ଟିମକୁ ଯୋଡ଼ାଯାଇପାରେ । ବିଶ୍ୱର ସର୍ବ ବୃହତ୍ତ ଟି-୨୦ କ୍ରିକେଟ ଲିଗରେ ଉତ୍ସାହ ୨ ଗୁଣ ବଢ଼ିଯିବ । ଆସନ୍ତା ବର୍ଷ ୨ଟି ନୂଆ ଟିମକୁ ଯୋଡ଼ାଯିବ । ଏହା ପରେ ଆଇପିଏଲରେ ୧୦ଟି ହୋଇଯିବ । ଏହା ଦ୍ୱାରା ଅଧିକରୁ ଅଧିକ ଖେଳାଳିଙ୍କୁ ସୁଯୋଗ ମିଳିବ । 

ଚର୍ଚ୍ଚା ହେଉଛି ଯେ, ଅହମଦାବାଦ ଏକ ପ୍ରାୟୋଜକ ହୋଇପାରେ । ମାତ୍ର ନୂଆ ପ୍ରାୟୋଜକକୁ ନେବାରେ ଅନ୍ତିମ ନିଷ୍ପତ୍ତି ପୂର୍ବରୁ ନିଲାମି ପ୍ରକ୍ରିୟା ହେବ । ବିସିସିଆଇ ଆସନ୍ତାବର୍ଷ ମେଗା ନିଲାମୀ ପାଇଁ ପ୍ରସ୍ତୁତି କରୁଛି । ଯଦି ୨ଟି ପ୍ରାୟୋଜକକୁ ସାମିଲ କରାଯିବ, ତା’ହେଲେ ପୁଣି ନିଲାମୀ କରାଯିବ । କିନ୍ତୁ ନିଲାମୀ ପାଇଁ ଏବେ ଅପେକ୍ଷା କରିବାକୁ ହେବ । 

Leave a Reply

Your email address will not be published.