୫୦ ବାଟାଲିୟନ କ୍ୟାମ୍ପରେ ଅଘଟଣ; ୪ ଯବାନ ମୃତ, ୩ ଗୁରୁତର ଆହତ

ଛତିଶଗଡ଼, (ନାଗରାଜ ନ୍ୟୁଜ): ଛତିଶଗଡ଼ ସୁକମାରେ ଥିବା ୫୦ ବାଟାଲିୟନ କ୍ୟାମ୍ପରେ ଅଘଟଣ ଘଟିଛି । କ୍ୟାମ୍ପରେ ଜଣେ ଯବାନ ସାଥୀ ଯବାନଙ୍କୁ ଗୁଳି ମାରିବାରୁ ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାର ସଚୂନା ବସ୍ତର ରେଞ୍ଜର ପୁଲିସ ମହାନିର୍ଦେଶକ ସୁନ୍ଦରରାଜ ପି ଦେଇଛନ୍ତି ।

ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ସମ୍ବେଦନଶୀଳ ଥିବା ଜଣାପଡିଛି । ଏହି ଘଟଣା ରାତି ପାଖାପାଖି ୧ଟା ସମୟରେ ଘଟିଥିବା ଜଣାଯାଇଛି । ସୂଚନା ଅନୁସାରେ ସୋମବାର ପାହାନ୍ତା‌ରେ ଛତିଶଗଡ଼ର ସୁକମା ଜିଲ୍ଲାରେ ଥିବା ପାରାମିଲିଟାରି କ୍ୟାମ୍ପରେ ସେମାନେ ଗତ ରାତିରେ ନକ୍ସଲ କ୍ଷେତ୍ରରେ ଡ୍ୟୁଟିରେ ମୁତୟନ ଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା, ଯାହା କ୍ରମେ ହିଂସା ରୂପ ନେଇଛି । ଫଳରେ ମାନସିକ ଭାରସାମ୍ୟ ହରାଇ ଯବାନ ଜଣକ ସାଥୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲା । ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଯବାନ ଗୁରୁତର ହୋଇପଡିଛନ୍ତି । ଏହି ଘଟଣା ପରେ ସିଆରପିଏଫ୍ ଅଧିକାରୀ ମାମଲାର ଛାନବିନ୍ କରିଛନ୍ତି । ଏଯାଏଁ କାରଣ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published.