ଅଫ ଲାଇନ ପରୀକ୍ଷା ବାତିଲ ଦାବି, ଧାରଣାରେ ବସିଛନ୍ତି ଛାତ୍ରୀ

କଟକ, (ନାଗରାଜ ନ୍ୟୁଜ): କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଧାରଣାରେ ବସିଛନ୍ତି । ଯୁକ୍ତ ତିନି ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଏହି ଛାତ୍ରୀମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷା ବାତିଲ ଏବଂ ମିଡ ସେମ ପରୀକ୍ଷାକୁ ଅନଲାଇନରେ କରିବାକୁ ଦାବି କରି ଅଡ଼ି ବସିଛନ୍ତି । ପ୍ରତିବାଦ କରିବାକୁ ଯାଇ କଲେଜ ଫାଟକରେ ତାଲା ପକାଇ ଦେଇଛନ୍ତି ଛାତ୍ରୀ । ସେପଟେ ଆଜି ଅପରାହ୍ନରେ ଏନେଇ ଏକ ବୈଠକ ଡାକାଯାଇଛି ଏବଂ ବୈଠକରେ ଏହି ବାବଦରେ ଆଲୋଚନା କରାଯିବ ବୋଲି କହିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ।

Leave a Reply

Your email address will not be published.