ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ଆଦିବାସୀଙ୍କୁ ଠକି ଦେଲେ ଠିକାଦାର

ବାଲେଶ୍ୱର, (ନାଗରାଜ ନ୍ୟୁଜ): ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ଆଦିବାସୀଙ୍କୁ ଠକି ଦେଲେ ଠିକାଦାର । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତର ଗୋଳିହାମାଧବ ଓ କଣ୍ଟାବଣିଆ ଗାଁରେ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଆଦିବାସୀ ଲୋକମାନେ ବସବାସ କରନ୍ତି । ଏମାନଙ୍କୁ ସରକାରଙ୍କ ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ଯୋଗାଇ ଦିଆଯାଇଥିଲା ପାଇଖାନା ଗୃହ । ଏବେ ଲୋକମାନେ ବ୍ୟବହାର କରୁନାହାନ୍ତି ପାଇଖାନା । କେଉଁଠି ପାଇଖାନା କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଛପର ଉଡିଗଲାଣି, ପୁଣି କେଉଁଠି ଭୁଷୁଡି ପଡିଲାଣି ।

ନିମ୍ନମାନର କାମକରି ଠିକାଦାର ଠକିଦେଇଥିବାର ସେମାନେ ଅଭିଯୋଗ କହିଛନ୍ତି । ଚନ୍ଦ୍ରମଣି ସିଂ, ରଘୁନାଥ ସିଂ, ରବିନ୍ଦ୍ର ସିଂ ଓ ମାନସ ସିଂ ପ୍ରମୁଖ ହିତାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେମାନେ ବାହାରେ ମଳତ୍ୟାଗ କରୁଥିବାରୁ ଅନ୍ୟ ଲୋକମାନଙ୍କ ଆକ୍ରୋଷର ଶୀକାର ମଧ୍ୟ ହେଉଛନ୍ତି । ବିଭାଗୀୟ ଅଧିକାରୀ ଏହାର ସଠିକ ତଦନ୍ତ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ନିମନ୍ତେ ପୁଣି ଥରେ ପାଇଖାନା ଯୋଗାଇ ଦେବା ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published.