ଚିନ୍ତା ବଢ଼ାଇଲାଣି ଓମିକ୍ରନ, ସରକାରଙ୍କ ସତର୍କ ସୂଚନା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଚିନ୍ତାର କାରଣ ପାଲଟିଯାଇଛି । ଏପର୍ଯ୍ୟନ୍ତ ଏହି ନୂଆ ଭ୍ୟାରିଏଣ୍ଟକୁ ନେଇ ଅଧିତ ତଥ୍ୟ ସାମ୍ନାକୁ ଆସିପାରି ନାହିଁ । ଏହାସହ ଭାରତରେ ଏଯାଏଁ ସେଭଳି କୈାଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । କିନ୍ତୁ ପ୍ରାରମ୍ଭିତ ଯାଞ୍ଚରୁ ଏହା ବିପଦ ବୋଲି ଚର୍ଚ୍ଚା ହେଉଛି । ଏହି କାରଣରୁ ଭାରତ ସରକାର ମଧ୍ୟ ନିଜ ସ୍ତରରେ ସତର୍କ ଅଛନ୍ତି । ଏବେ ଜାଣିବାକୁ ମିଳିଛି ଦେଶରେ ୧୧ଟି ଅନ୍ତର୍ଜତୀୟ ବିମାନ ପହଞ୍ଚି ସାରିଛି । ଏଥିରେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୁହାଯାଉଛି ଯେ, ୧୧ଟି ବିମାନବନ୍ଦରରୁ ହାଇରିକ୍ସ ଦେଶରୁ ଆସିଥିବା ୩୪୭୬ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ଏହି ସବୁ ନମୁନାକୁ ଜୀନୋମ ସ୍ୱିକ୍ୱେନ୍ସିଂ ପାଇଁ ପଠାଯିବ। ଜିନୋମ ମାଧ୍ୟମରେ ଜଣାପଡ଼ିବଯେ, ଏହା କୋଭିଡର ନୂଆ ଭ୍ୟାରିଏଣ୍ଟ କି ନୁହେଁ । ତେବେ ବିଦେଶରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହେବା ପରେ ଭାରତ ସରକାର ନୂଆ ଟ୍ରାଭେଲ ଗାଇଡଲାଇନ୍‌ ଜାରି କରିଦେଇଛନ୍ତି । ଏଣିକି ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କର ଆରଟି-ପିସିଆର ନମୁନା ପରୀକ୍ଷା ହେବ । ଯାତ୍ରୀ ଯଦି ସଂକ୍ରମିତ ଚିହ୍ନଟ ହୁଅନ୍ତି, ତା’ହେଲେ ତାଙ୍କୁ ଆଇସୋଲେଶନରେ ରଖାଯିବ ଏବଂ ପୁଣି ସେମାନଙ୍କର ନମୁନା ଜୀନୋମ ସ୍ୱିକ୍ୱେନ୍ସିଂ ପାଇଁ ପଠାଯିବ ।

Leave a Reply

Your email address will not be published.