ୟୁକ୍ରେନରେ ଫସି ରହିଥିବା ୧୬ ହଜାର ଭାରତୀୟତଙ୍କ ଉଦ୍ଧାର ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଗତକାଲି ଋଷ ଆକ୍ରମଣ କରିବା ପରେ ହଜାର ହଜାର ଭାରତୀୟ ୟୁକ୍ରେନରେ ଫସିରହିଛନ୍ତି । ଏହାରି ମଧ୍ୟରେ ନିଜ ଲୋକାମାନଙ୍କୁ ଭାରତକୁ ଫେରାଇ ଆଣିବାକୁ କୂଟନୈତିକ ସ୍ତରରେ ବଡ଼ ଧରଣର ଯୋଜନା କରୁଛନ୍ତି ଭାରତ ସରକାର । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟ୍ଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି ସରକାର । ଋଷ ଆକ୍ରମଣ ବିମାନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବାରୁ ହେଙ୍ଗରୀ, ପୋଲାଣ୍ଡା, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡ଼କ ପଥରେ ଭାରତୀୟଙ୍କୁ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି । ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡ଼କ ପଥରେ ଭାରତୀୟଙ୍କୁ ଆଣିବାକୁ ସେଠିକାର ରାଜଦୂତଙ୍କ ସହ କଥାବାର୍ତ୍ତା ଚାଲିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସେହି ଦେଶଗୁଡ଼ିକ ସହ ଆଲୋଚନା ଜାରି ରଖିଛନ୍ତି । ଯେତେ ଶୀଘ୍ର ସମ୍ଭବ ଭାରତୀୟଙ୍କୁ ଯୁଦ୍ଧ ମୁହଁରୁ ଫେରାଇ ଅଣାଯିବ ।

Leave a Reply

Your email address will not be published.