ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଆରମ୍ଭ

କଟକ, (ନାଗରାଜ ନ୍ୟୁଜ): ୩ଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଆରମ୍ଭ । । କଟକ ଜିଲ୍ଲା ନିଆଳିରେ ସାନି ମତଦାନ ଆରମ୍ଭ ହୋଇଛି । କୋୖଣସି ପ୍ରକାର ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ଆଜି ପୁର୍ନବାର କଟକ ଜିଲ୍ଲା ନିଆଳି ବ୍ଲକର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ ଆରମ୍ଭ ହୋଇଛି। ପୋଖରୀ ଗାଁ ପଞ୍ଚାୟତରେ ୧, ୭, ୮, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮ ଓ ୧୯ ନମ୍ବର ବୁଥ ରେ ହେଉଛି ମତଦାନ । ସେହିପରି ଅଲଣା ପଞ୍ଚାୟତର ୧୨ ନମ୍ବର ଓ ବିଳାଶୁଣୀ ପଞ୍ଚାୟତର ୧୪ ନମ୍ବର ୱାର୍ଡରେ ସାନି ମତଦାନ ଅନୁଷ୍ଠିତ ହୋଇଛି । ଏହି ମତଦାନ ସକାଳ ୧୦ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ। ଗତକାଲି (ଗୁରୁବାର) କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେତେକ ସ୍ଥାନରେ ନିର୍ବାଚନକୁ ନେଇ ବାଦ, ବିବାଦ, ଗଣ୍ତଗୋଳ ଓ ମତଦାନ ସମୟରେ ବଳ ପୂର୍ବକ ଗୋଷ୍ଠୀ ବିବାଦ ଦେଖା ଦେଇଥିଲା । ଏପରିକି କିଛି ପଞ୍ଚାୟତରେ ଭୋଟ ବାକ୍ସକୁ ପାଣିରେ ଫିଙ୍ଗା ଯାଇଥିଲା । ଏପରିକି କିଛି ସ୍ଥାନରେ ଭୋଟ ବାକ୍ସରେ ପାଣି ମଧ୍ୟ ଦୃବୁର୍ତ୍ତମାନେ ପୂରାଇ ଦେଇଥିଲେ । ସେ ସବୁ ସ୍ଥାନ ମାନଙ୍କରେ ମତଦାନ ବନ୍ଦ ରହିଥିଲା। ସେଗୁଡିକ ହେଲା ପୋଖରୀ ଗାଁ ପଞ୍ଚାୟତର ୧୨ଟି ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ଆଜି ହେଉଛି । ଏଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published.