ଆସନ୍ତା ବର୍ଷ ଜୁଲାଇରେ ମିଳିବ କରୋନା ଟିକା

 

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ବଢୁଥିବା ବେଳେ ସାରା ବିଶ୍ୱର ନଜର ଏବେ କରୋନା ଟିକା ଉପରେ । କେବେ କରୋନା ଟିକା  ଆସିବ, ତା’ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଆସିବ ବୋଲି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତରେ ଏହି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଆସିଲେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବାକୁ ଏହା ଜୁଲାଇ ହୋଇଯାଇପାରେ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ସାମି ସଲିମ । ତାଙ୍କ ମତରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଗରୁ କରୋନା ଟିକା ଆଣିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ନିର୍ଦ୍ଧିଷ୍ଟ ପର୍ଯ୍ୟାୟ ଦେଇ ଟିକା ପ୍ରସ୍ତୁତ ହେବା ଜରୁରୀ ବୋଲି ଡାକ୍ତର ସଲିମ କହିଛନ୍ତି ।

ଅକ୍ସଫୋର୍ଡ ଭ୍ୟାକ୍ସିନ ସବୁଠୁ ଆଗୁଆ ରହିଛି ଏବଂ ତାର ରିଭ୍ୟୁ ପାଇଁ ଖୁବଶୀଘ୍ର ସେଫ୍ଟି କମିଟି ପାଖକୁ ପଠାଯିବ । ଫଳରେ ଚଳିତ ମାସ ଶେଷ ସୁଦ୍ଧା ଏହାର ଅନୁମତି ମିଳିବା ସମ୍ଭାବନା ରହିଛି । ଅନ୍ୟଗୁଡିକ ମଧ୍ୟ ପର୍ଯ୍ୟାୟ କ୍ରମେ ଆସିବ ଏବଂ ସ୍ୱଦେଶୀ ଟିକାଗୁଡ଼ିକ ତୃତୀୟ ପର୍ଯ୍ୟାୟରେ ରହିଥିବାରୁ ୫ରୁ ୬ ମାସ ପରେ ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published.