ଇସ୍ରାଇଲ୍‌ରେ ଓମିକ୍ରନ୍‌ଜନିତ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଓମିକ୍ରନ୍‌କୁ ନେଇ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିବାରେ ଲାଗିଛି । ପାଖାପାଖି ୧୦୦ଟି ଦେଶରେ ଓମିକ୍ରନ୍‌ ଚିହ୍ନଟ ହୋଇସାରିଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ଯୋଗୁଁ ବ୍ରିଟେନ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଭାରତରେ ୧୪ଟି ରାଜ୍ୟରେ ୨୨୦ ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସୋମବାର ଆମେରିକାରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଓମିକ୍ରନ୍‌ ଯୋଗୁଁ ମୃତ୍ୟୁ ହୋଇଥିଲା ବେଳେ ଏବେ ଇସ୍ରାଇଲ୍‌ରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଓମିକ୍ରନ୍‌ ଭାଇରସ୍‌ ଚିହ୍ନଟ ହେବାକୁ ଗୋଟିଏ ମାସ ହୋଇଥିବା ବେଳେ ଏହାରି ଯୋଗୁଁ ବିଶ୍ବରେ ଏପର୍ୟ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ବ୍ରିଟେନ୍‌ରେ ଏପର୍ଯ୍ୟନ୍ତ ପ୍ରାୟ ୪୦୦୦ ଲୋକ ଓମିକ୍ରନ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସରକାର ବାର୍‌ ଓ ପାର୍ଟି ଉପରେ ନଜର ରଖିଥିବା ବେଳେ ବଡ଼ଦିନ ଓ ନୂଆବର୍ଷ ଉପରେ ଶକ୍ତ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି। ଆମେରିକାର ଟେକ୍ସାସ ରାଜ୍ୟର ହାରିସ୍‌ କାଉଣ୍ଟିରେ ସୋମବାର ଦିନ ଓମିକ୍ରନ୍‌ ଯୋଗୁଁ ପ୍ରାଣ ହାରିଥିବା ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନେଇ ନଥିଲେ ।

Leave a Reply

Your email address will not be published.