ପ୍ରଧାନମନ୍ତ୍ରୀ ମୋଦି ଓ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକାଠି କାମ କରିବେ ଦୁଇ ଦେଶ

ନୂଆଦିଲ୍ଲୀ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନ ତିନି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରିଛନ୍ତି । ଏବେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମେଟେ ଫେଡରିକ୍ସନ ୯ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଭାରତରେ ରହିବେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଦିଲ୍ଲୀ ବିମାନ ବନ୍ଦରରେ ଭାରତ ଗସ୍ତରେ ଆସିଥିବା ଫେଡରିକ୍ସନଙ୍କୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଓ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫେଡରିକ୍ସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଚୁକ୍ତି ବିନିମୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀକହିଛନ୍ତି, ‘ଆଜିର ବୈଠକ ହୁଏତ ଆମର ପ୍ରଥମ ମୁହାଁମୁହିଁ ବୈଠକ ହୋଇଥାଇପାରେ, କିନ୍ତୁ କରୋନା ଅବଧିରେ ମଧ୍ୟ ଭାରତ ଓ ଡେନମାର୍କ ମଧ୍ୟରେ ଯୋଗାଯୋଗ ସହଯୋଗର ଗତି ବଜାୟ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ, ଏକ ବର୍ଷ ପୂର୍ବେ ଆଜି ଆମର ଭର୍ଚ୍ଚୁଆଲ ଶିଖର ସମ୍ମିଳନୀରେ ଆମେ ଭାରତ ଓ ଡେନମାର୍କ ମଧ୍ୟରେ ସବୁଜ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ । ଏହା ଆମ ଦେଶର ଦୂରଦୂରାନ୍ତରର ଚିନ୍ତାଧାରା ଓ ପରିବେଶ ପ୍ରତି ସମ୍ମାନର ପ୍ରତୀକ ।

ଏଥି ସହିତ ପ୍ରଧାନମନ୍ତ୍ରୀ ଫେଡରିକ୍ସନ କହିଛନ୍ତି, ‘ଆଜି ଆମେ ଜଳ ଓ ସବୁଜ ଇନ୍ଧନ ଉପରେ କାମ କରିବାକୁ ରାଜି ହୋଇଛୁ । ସ୍ୱାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରରେ ମଧ୍ୟ ଏକାଠି କାମ କରିବାକୁ ଆମେ ସହମତ ହୋଇଛୁ । ପ୍ରଧାନମନ୍ତ୍ରୀ ମୋଦୀ ଫ୍ରେଡେରିକସନଙ୍କ ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଧ୍ୟ ଜଡିତ ଥିଲେ।

Leave a Reply

Your email address will not be published.