ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଅଗ୍ନିକାଣ୍ଡ

ନୂଆଦିଲ୍ଳୀ: ଶନିବାର ଦିନ ରାଜଧାନୀ ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ, ଯେଉଁ କାରଖାନାରେ ନିଆଁ ଲାଗିଥିଲା ତାହା କାଗଜ ପ୍ଲେଟ ତିଆରି ହେଉଥିଲା । ନିଆଁ ଏତେ ଭୟଙ୍କର ଥିଲାଯେ, ଏହାର ଧୂଆଁ ଦୂରରୁ ଦେଖାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ । ଖବର ପାାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା ।

ତେବେ ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ୩୩ଟି ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ନିଆଁ ଏତେ ଭୟଙ୍କର ଥିଲାଯେ ନିକଟସ୍ଥ କାରଖାନାଗୁଡ଼ିକରେ ଆତଙ୍କ ଖେଳିଯାଇଥିଲା ଏବଂ କଳା ଧୂଆଁ ଆକାଶକୁ ଆଚ୍ଛାଦନ କରିଥିଲା । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ । ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଅଗ୍ନିକାଣ୍ଡରେ କେହି ଆହତ ହେବାର ସୂଚନା ମିଳିନାହିଁ । ।

Leave a Reply

Your email address will not be published.