ଲକ୍ଷ୍ମିପୁର ଖେରି ମାମଲା: ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଲକ୍ଷ୍ନୌ, (ନାଗରାଜ ନ୍ୟୁଜ): ଲକ୍ଷ୍ମିପୁର ଖେରି ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଆଶିଷ ମିଶ୍ରଙ୍କୁ ଦିନ ୧୧ ଟା ସମୟରେ ଲକ୍ଷ୍ମିପୁର ଖେରି ପୋଲିସ ଲାଇନରେ ହାଜର ହେବାକୁ ଡାକିଥିଲେ, କିନ୍ତୁ ଆଶିଷ ମିଶ୍ର ସ୍କୁଟିରେ ୧୧ଟା ପୂର୍ବରୁ ପୋଲିସ ଲାଇନରେ ପହଞ୍ଚିଥିଲେ।

କ୍ରାଇମବ୍ରାଞ୍ଚ ଟିମ ଆଶିଷ ମିଶ୍ରଙ୍କୁ ଲକ୍ଷ୍ମିପୁର ଖେରି ପୋଲିସ ଲାଇନରେ ପଚରାଉଚରା ଆରମ୍ଭ କରିଛି । କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଉପରେ କ୍ରାଇମବ୍ରାଞ୍ଚ ଟିମ୍ ମାଜିଷ୍ଟ୍ରେଟଙ୍କ ଆଗରେ ଅନେକ ପ୍ରଶ୍ନ କରିଛନ୍ତି । ଏହି ପଚରାଉଚରା ବେଳେ ଆଶିଷ ମିଶ୍ରଙ୍କ ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି । ଲକ୍ଷ୍ମିପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ପ୍ରଶ୍ନ କରିବା ପାଇଁ ପୋଲିସ ୪୦ ଟି ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଥିଲା । ଆଶିଷଙ୍କ ଓକିଲ ଅବଦେଶ କୁମାର କହିଛନ୍ତିଯେ, ଆମେ ଏହି ନୋଟିସକୁ ସମ୍ମାନ ଦେବୁ ଏବଂ ଏହି ତଦନ୍ତରେ ସବୁ ଦିଗରେ ସହଯୋଗ କରିବୁ । ଆଶିଷଙ୍କୁ ଗିରଫ କରାଯିବ କି ନାହିଁ ତାହା ପୋଲିସ ସ୍ଥିର କରିବ । ପୋଲିସ ଲାଇନରେ ଡିଜି ଓ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

 

Leave a Reply

Your email address will not be published.