ସିଂହଙ୍କର ଏପରି ନାମକରଣ ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୈାବେ ନବରାତ୍ରୀ ଅବସରରେ ଦୁଇଟି ସିଂହୀ ଓ ଏକ ସିଂହର ନାମ ମହା ଗୈାରୀ, ଶୈଲଜା ଓ ମହେଶ୍ୱର ରଖିଛନ୍ତି । ଏହି ତିନିଜଣଙ୍କୁ ନିକଟରେ ଗୁଜୁରାଟରୁ ଦିଲ୍ଲୀ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି ।

ଗତ ମାସରେ ଗୁଜୁରାଟର ସାକରବାଗରୁ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ପ୍ରଜନନ ଉଦ୍ଦେଶ୍ୟରେ ଦିଲ୍ଲୀର ପ୍ରାଣୀ ଉଦ୍ୟାନ ସିଂହ ଓ ସିଂହୀ ଆଣିଥିଲେ । ପ୍ରାଣୀ ଉଦ୍ୟାନରେ ବନ୍ୟଜନ୍ତୁ ସପ୍ତାହର ସମାରୋହରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ । କୁହାଯାଇଛିଯେ ନବରାତ୍ରୀ ହେତୁ ମନ୍ତ୍ରୀ ଏହି ସିଂହମାନଙ୍କୁ ମହା ଗୈାରୀ, ଶୈଲଜା ଓ ମହେଶ୍ୱର ନାମରେ ନାମିତ କରିଛନ୍ତି ।

Leave a Reply

Your email address will not be published.