ଡକାୟତି ଯୋଜନା ପଣ୍ଡ, ପୁଲିସ କବ୍ଜାରେ ୪ ଡକାୟତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୁଲିସକୁ ପୁଣି ଏକ ‌ସଫଳତା ମିଳିଛି । ରାଜଗାଙ୍ଗପୁର ନିକଟସ୍ତ ଜାମ ପାଲି ବାଇପାସ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ୪ଜଣ ସନ୍ଦିଗ୍ଧ ବ୍ୟକ୍ତି ‌ଡକାୟତି‌ ଯୋଜନା କରୁଥିବାବେଳେ ପୁଲିସ ହାତରେ ଧରା ପଡିଛନ୍ତି । ରାଜଗାଙ୍ଗପୁର ପୁଲିସ ଗୁପ୍ତ ସୂଚନା ପାଇ ଘଟଣା ସ୍ଥଳରେ ଚଢ଼ାଉ କରି ୪ଜଣକୁ କାବୁ କରି ଥାନାକୁ ନେଇ ପଚରାଉଚରା କରାଯିବାରୁ ସେମାନେ ଏକ ବଡ଼ ଧରଣର ଡ଼କାୟତି ଯୋଜନା କରୁଥିବା‌ କଥା ସ୍ୱିକାର କରିଥିଲେ ।

ପୁଲିସ ସେମାନଙ୍କ ଠାରୁ ଗୋଟେ ବନ୍ଧୁକ, ଦୁଇଟି ଭୁଜାଲି ଓ ଦୁଇଟି ଲୁହା ରଡ଼ ଜବତ କରିବା ସହ ୪ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ରାଜଗାଙ୍ଗପୁର ଇଦଗା ମହଲାର ଏମ୍ଡି ପରଭେଜ, ରାଜଗାଙ୍ଗପୁର ଭାଟାପଡାର ଏମ୍ଡି ଦଲ୍ଳାଲ, ଲମଲୋଇର ଅରବିନ୍ଦ ତୀର୍କି ଓ ବଗିଚା ପଡ଼ାର ପୁରନ ସତନାମି ବୋଲି ଜଣାଯାଇଛି ।

Leave a Reply

Your email address will not be published.