ଦିଲ୍ଲୀରେ ହୋଇପାରେ ଲକଡାଉନ, ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରସ୍ତାବ ରଖିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, (ନାଗରାଜ ନୁ୍ୟଜ): ଦିଲ୍ଲୀରେ ହୋଇପାରେ ଲକଡାଉନ । ସୁପ୍ରିମକୋର୍ଟଙ୍କ ନିକଟରେ ଏନେଇ ପ୍ରସ୍ତାବ ରଖିଲେ ଦିଲ୍ଲୀ ସରକାର । ସୂଚନା ଅନୁଯାୟୀ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ସାମାନ୍ୟ ନିୟନ୍ତ୍ରଣ ଆସିଛି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ରାଜଧାନୀର ପ୍ରଦୂଷଣ ନିୟନ୍ତ୍ରିତ କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ପ୍ରଶ୍ନ ଯୋଗୁ ଦିଲ୍ଲୀ ସରକାର ଆଜି ଆହୁରି କିଛି ପଦକ୍ଷେପ ନେଇପାରନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଚଳିତ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିଦିଆଯାଇଛି ଏବଂ ଏଥିସହିତ ସରକାରୀ କର୍ମଚାରୀଙ୍କୁ ଘରେ ଥାଇ କାମ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଦୂଷଣ କାରଣରୁ କିଛି ଦିନ ହେବ ଦିଲ୍ଲୀବାସୀ ଅଣନିଃଶ୍ୱାସୀ ହୋଇ ଯାଉଛନ୍ତି। ଦିଲ୍ଲୀରେ ରହିବାକୁ ହେଲେ ଘର ଭିତରେ ନିଜକୁ ବନ୍ଦ କରିବାକୁ ପଡ଼ିବ । ଯଦିଓ ଏହା ଶୁଣିବାକୁ ଖରାପ ଲାଗୁଛି, କିନ୍ତୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ଅବସ୍ଥା ବହୁତ ଖରାପ ସ୍ତରକୁ ଚାଲିଯାଇଛି ।

ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀକାଳୀନ ବୈଠକ ଡାକିଥିଲେ । ଏହି ବୈଠକରେ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ସୋମବାର ଠାରୁ ଏକ ସପ୍ତାହ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ରହିବ । ଏଥି ପାଇଁ ଅନଲାଇନ କ୍ଲାସ ଜାରି ରହିବ । ସେହିଭଳି ୧୪ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ନିର୍ମାଣାଧୀନ କାମ ବନ୍ଦ ରଖାଯି ବ। ସରକାରୀ କର୍ମଚାରୀ ଘରେ ଥାଇ କାମ କରିବେ । ଘରୋଇ କାର୍ଯ୍ୟାଳୟ ପାଇଁ ଗାଇଡଲାଇନ ଜାରି ହେବ । ଏଥିସହିତ ଲକଡାଉନ ଲାଗୁ କରିବା ନଇେ ବିଚାର କରାଯିବ ।

Leave a Reply

Your email address will not be published.