୧୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୂବନେଶ୍ୱର(ନାଗରାଜ ନ୍ୟୁଜ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଏବେ ୧୯ ତାରିଖ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଏନେଇ ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ରବିବାର ଏହି ଲଘୁଚାପ ସାମାନ୍ୟ ପଶ୍ଚିମ – ଉତ୍ତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କି.ମି. ପର୍ଯ୍ୟନ୍ତ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ – ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବ ଏବଂ ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ – ପୂର୍ବ ଆଣ୍ଡାମାନ ସାଗରରେ ପହଞ୍ଚିଲା ବେଳକୁ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ତେବେ ୧୭ ତାରିଖ ବେଳକୁ ଏହା ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ଯେତେବେଳେ ପଶ୍ଚିମ – କେନ୍ଦ୍ର ବଙ୍ଗୋପସାଗରରେ ପହଞ୍ଚିବ ସେତେବେଳେ ଏହା ଅବପାତର ରୂପ ନେବ । ୧୮ ତାରିଖରେ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଥିବାବେଳେ ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Leave a Reply

Your email address will not be published.