ଅନ୍ତରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ

ପୁରୀ, (ନାଗରାଜ ନ୍ୟୁଜ ): ନୃତ୍ୟ ଭିତ୍ତିକ ଅନୁଷ୍ଠାନ ଷ୍ଟେପ ଅପ ଆଣ୍ଡ ଫିଟନେସ ସେଣ୍ଟର ଆନୁକୂଲ୍ୟରେ ରବିବାର ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣ ରଙ୍ଗମଞ୍ଚ ପରିସରରେ ଏକ ଅନ୍ତରାଜ୍ୟସ୍ତରୀୟ ଦୁଇଦିନିଆ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ସଂଜୟ ଦାସ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପୁରୀ ସହରରେ ପାଶ୍ଚାତ୍ୟ ନୃତ୍ୟ ବ୍ୟାଟେଲ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସବ ଜୁନିୟର, ଜୁନିୟର , ସିନିୟର ଓ ବୟସ୍କ ଶ୍ରେଣୀ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ବାହାରୁ ବିହାର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଜମସେଦପୁର ଭଳି ସ୍ଥାନରୁ ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ରମେଶ ପ୍ରହରାଜ ଭବାନୀ ଦାସମହାପାତ୍ର, ଚବିନ୍ଦ୍ର ପଢ଼ିହରି, ଯୋଗେଶ ସ୍ୱାଇଁ, ବିଭୁ ନାରାୟଣ ଓ ଦେବଶ୍ରିତ ମହାନ୍ତିଙ୍କୁ ୟୁଥ ଆଇକନ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ରାମକୃଷ୍ଣ ମହାପାତ୍ର, ହରେକୃଷ୍ଣ ମିଶ୍ର, ରଞ୍ଜିତ ସିଂ, ସନ୍ତୋଷ କୁମାର ଦାଶଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାସହ ପ୍ରତିଯୋଗିତାରେ କୃତକାର୍ୟ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ସେମାନାଥ ନାୟକ ଏବଂ ଉପ ସଭାପତି ରାକେଶ କୁମାର ମହାନ୍ତି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.