ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀଙ୍କ ବଡ ବିବୃତ୍ତି, ଯୁଦ୍ଧରେ ଆମର ବିଜୟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ୟୁକ୍ରେନକୁ ଘେରି ଘେରି ରହିଛନ୍ତି ଋଷର ୨ ଲକ୍ଷ ସୈନ୍ୟ । ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ୟୁକ୍ରେନ ରାଜଧାନୀ କିବ୍ ରେ ଅନେକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି । ୟୁକ୍ରେନର କ୍ରେମଟୋରସ୍କ ଏବଂ ୟୁକ୍ରେନର ତୃତୀୟ ବୃହତ୍ତମ ସହର ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଏହାରି ମଧ୍ୟରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଜର ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ଜବାବ ଦେବାର ସମୟ ଆସିଗଲା । ଋଷିଆ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରିଛି । ଆମେ ଏହାର ଉଚିତ ଜବାବ ଦେବୁ । ଆମର ହିଁ ବିଜୟ ହେବ । ଦିମିତ୍ରୋ କୁଲେବା କହିଛନ୍ତି ଯେ ପୁଟିନ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିଛନ୍ତି। ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକ ଆକ୍ରମଣର ଶିକାର ହେଉଛି । ସେ କହିଛନ୍ତିଯେ, ଏହା ଏକ ଆକ୍ରୋଶର ଯୁଦ୍ଧ ଯେଉଁଥିରେ ୟୁକ୍ରେନ ଜିତିବା ସହିତ ନିଜକୁ ରକ୍ଷା ମଧ୍ୟ କରିବ । ପୁରା ଦୁନିଆ ଚାହିଁଲେ ପୁଟିନଙ୍କୁ ରୋକି ପରିବେ । ଏବଂ ଏଭଳି ପଦକ୍ଷେପ ନିଆଯିବା ଉଚିତ୍ । କିନ୍ତୁ ବର୍ତ୍ତମାନ ଆମର ଉଚିତ୍ ଜବାବ ଦେବାର ସମୟ ଆସିଛି ।

Leave a Reply

Your email address will not be published.