ଋଷ ଉପରେ ଆକ୍ରମଣ ପାଇଁ ଯୁଦ୍ଧ ବିମାନ ପଠାଇଲା ଆମେରିକା

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ଆମେରିକାର ବାରଣ ପରେ ବି ଋଷ ପ୍ରଥମେ ଯୁଦ୍ଧ ଘୋଷଣା କରିଛି । ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ କରି ଋଷ ୟୁକ୍ରେନର ଅନେକ ସହରକୁ କବଜା କରି ସାରିଲାଣି । ସେପଟେ ଆମେରିକା ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଥିବାର ସୂଚନା ମିଳିଛି । ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି । କିଭ୍ ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି ।

Leave a Reply

Your email address will not be published.