ଓଡିଆ ସଙ୍ଗୀତ ଜଗତର କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଗୁରୁତର

ଭୂବନେଶ୍ବର: ଓଡିଆ ସଙ୍ଗୀତ ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବାର ଜଣାଯାଇଛି । ସେ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରରେ ବାରମ୍ବାର ଅକ୍ସିଜେନ ସ୍ତର କମିଯାଉଛି । ସେଥିଲାଗି ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ।

ସେ ଗତ ୨୬ ଦିନ ହେଲା କରୋନା ସଂକ୍ରମଣ ଯୋଗୁଁ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପ୍ରଥମେ ଗୋଟିଏ ହସ୍ପିଟାଲ୍‌ରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲ୍‌କୁ ଚିକିତ୍ସା ଲାଗି ସ୍ଥାନାନ୍ତର ହୋଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନି ଓ ସେ ବେଳକୁ ବେଳ ଗୁରୁତର ହୋଇପଡୁଥିବାରୁ ତାଙ୍କ ସମ୍ପର୍କୀୟ, ସହକର୍ମୀ, ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଦ୍ବାରା ଶୀଘ୍ର ଆରୋଗ୍ୟ କାମନା କରାଯାଇଛି ।

Leave a Reply

Your email address will not be published.