ରାଜ୍ୟରେ କରୋନା ସଂକ୍ରମଣରେ ଲାଗିଛି ବ୍ରେକ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଲାଗିଛି ବ୍ରେକ । ଦିନ ପ୍ରତିଦିନ ୧୦ ହଜାର ଉପରେ ରହୁଥିବା ଆକ୍ରାନ୍ତଙ୍କ ସଂଖ୍ଯା ସମାନ ରହିଛି, କିନ୍ତୁ ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍ । ପ୍ରତ୍ୟେକ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନ। ଗତ ୨୪ ଘଣ୍ଟା ଭିତରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପହିଲାରୁ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ପାଇଛି।

୧୮ଟି ଜିଲ୍ଲାରୁ ୪୨ ଜୀବନ ନେଇଛି ଘାତକ କରୋନ। ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ରହିଛନ୍ତି । ବୌଦ୍ଧ ଓ ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି ଓ କେନ୍ଦ୍ରାପଡ଼ା ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୦ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୫ ହଜାର ୪୨୩ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୭୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୯୭୨୨୨୬ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published.