ଶ୍ରୀକ୍ଷେତ୍ରରେ ଆଜି ଭଉଁରୀ ଯାତ୍ରା

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଟିତ ହେବ ଭଉଁରୀ ଯାତ୍ରା । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ରହିଛି । ଏହି ଯାତ୍ରାରେ ତିନିଟି ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏଁ ଚକ ସହ ଅଖ ସଂଯୋଗ ହେବ ।

ଶ୍ରୀମନ୍ଦିରରରେ ସକାଳ ଧୂପ ପରେ ପୂଜାପଣ୍ଡା ସେବାୟତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାରେ ପହଞ୍ଚିବେ । ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କ ସହଯୋଗରେ ଅଖ, ଚକ ଡେରା କାର୍ଯ୍ୟ ସମ୍ପାଦିତ ହେବ । ରଥଖଳାରେ ତିନିଟି ରଥର ୪୨ଟିରୁ ୧୮ଟି ଚକ କାମ ସରିଛି । ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ଚୁମ୍ୱରେ ଅର ଓ ପଇ ସଂଯୋଗ କରାଯାଉଛି ।

ଆଜି ଭଉଁରୀ ପାଇଁ ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସେଠାରେ ମୋଟ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ଚନ୍ଦନଯାତ୍ରାଠାରୁ ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଛି ।

Leave a Reply

Your email address will not be published.