ବଲାଙ୍ଗୀର ଟାଉନ ପୁଲିସ ପଞ୍ଝାରେ ଗଞ୍ଜେଇ ବେପାରୀ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଟାଉନ ପୁଲିସ ପଞ୍ଝାରେ ଗଞ୍ଜେଇ ବେପାରୀ । ରାତି ପ୍ରାୟ ୯ ଟା ସମୟରେ ଏକ ବାଇକ ପଛରେ ବନ୍ଧା ହୋଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଟାଉନ ଥାନା ପୁଲିସ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଧୁମାଭଟା ଗ୍ରାମରୁ ବଲାଙ୍ଗୀରକୁ ବାଇକ ଯୋଗେ ପ୍ରାୟ ୨୮ କିଲୋ ଗଞ୍ଜେଇ ଅଣାଯାଉଥିଲା । ବଲାଙ୍ଗୀର ପଟଣାଗଡ଼ ରୋଡ଼ ସ୍ଥିତ ଲିଟିଲଫ୍ଲାୱାର ସ୍କୁଲ ନିକଟରେ ଯୋଜନା ମୁତାବକ ଜଗି ବସିଥିବା ପୁଲିସ, ବାଇକ ଚାଳକ ଉପରେ ହଟାତ ଚଢାଉ କରିଥିଲା ।

ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ବଜାର ମୁଲ୍ୟ ୧ଲକ୍ଷ ୨୫ ହଜାର ଟଙ୍କା ହୋଇଥିବା ସୂଚନା ଦେଇଛନ୍ତି ସଦର ଏସଡିପିଓ ତୋଫାନ ବାଗ । ତେବେ ଅଟକ ଗଞ୍ଜେଇ ବେପାରୀ ଜଣକ ବଲାଙ୍ଗୀର ଟାଉନ ସ୍ଥିତ ବିଭୁତି ପଡାର ଯୁଗ ମେହେର ବୋଲି ଜଣାପଡ଼ିଛି। ଉକ୍ତ ଘଟଣାର ଚେର ଆଉ କେତେ ଦୂର ଯାଏଁ ଲମ୍ବିଛି ତାହାର ଅଧିକ ତଦନ୍ତ ଜାରି ରଖିଛି ବଲାଙ୍ଗୀର ପୁଲିସ ।

Leave a Reply

Your email address will not be published.