ସେନା କର୍ମଚାରୀଙ୍କ ଘରୁ ଚୋରୀ, ଘଟଣାର ୮ ଦିନ ପରେବି ପୁଲିସ ବିଫଳ

ବାଙ୍କୀ, (ନାଗରାଜ ନ୍ୟୁଜ ): ସେନା କର୍ମଚାରୀ ରଘୁନାଥ ପ୍ରଧାନଙ୍କ ଘରୁ ଚୋରୀ ହେବା ଘଟଣାକୁ ୮ ଦିନ ପରେବି ଏଯାଏଁ ପୁଲିସ ହାତ ଖାଲି ରହିଛି । ନ୍ୟାୟ ପାଇଁ ଗଣମାଧ୍ୟମର ଦ୍ୱାରସ୍ତ ହୋଇଛନ୍ତି ସେନା କର୍ମଚାରୀଙ୍କ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରିପଦା ନୂଆ ଗାଁ ପଞ୍ଚାୟତର ନୂଆ ସାହିରେ । ସୂଚନା ଅନୁଯାୟୀ ଗତ ୧୨ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଜଣ ଦୁର୍ବୁତ୍ତ ଘର ପଛ ପଟେ ଆସି କବାଟ ଭାଙ୍ଗି ଯୁବତୀଙ୍କ ବେକରେ ବାଉଁଶ ପକାଇ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ।

ଏନେଇ ବୈଦେଶ୍ୱର ଥାନାରେ ସେନା କର୍ମଚାରୀଙ୍କ ପରିବାର ପକ୍ଷରୁ ଏତଲା ଦିଆ ଯାଇଥିଲା । ପୁଲିସ କିନ୍ତୁ ଚୋରକୁ ଧରିବାରେ ବିଫଳ ହୋଇଛି । ଅନ୍ୟପଟେ ଚୋରି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସିସିଟିଭି ଫୁଟେଜ ଥାଇ ମଧ୍ୟ ପୁଲିସ ଏଯାଏଁ କ’ଣ ପାଇଁ ଚୋରିକୁ ଧରିନାହାଁନ୍ତି ପ୍ରଶ୍ନ କରିଛନ୍ତି ରଘୁନାଥ ପ୍ରଧାନଙ୍କ ପରିବାର ଲୋକେ । ତୁରନ୍ତ ପୁଲିସ ଚୋରଙ୍କୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published.