ପୁଲିସ ଭବନରେ ଲଞ୍ଚ ହେଲା ପ୍ରାରମ୍ଭ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ପୁଲିସ ଭବନରେ ଲଞ୍ଚ ହୋଇଯାଇଛି ପ୍ରାରମ୍ଭ । କମିସନର ପୁଲିସ ଭବନରେ ଭୂବନେଶ୍ୱର କଟକରେ ହେଉଥିବା କିଡ଼ନାପିଙ୍ଗ, ଝିଅମାନଙ୍କ ମିସିଙ୍ଗ କେସ ଓ ସାଇବର କ୍ରାଇମ ବହୁମାତ୍ରରେ ବଢି ଚାଲିଛି ଯେପରି ସୋଶାଲ ମିଡିଆରେ ଫେସବୁକ ଓ ଇନଷ୍ଟାଗ୍ରାମ । ଏହାକୁ ରୋକିବା ପାଇଁ ଏସଏନ ମହାନ୍ତି ଓ କିଷ ମିଳିତରେ ପ୍ରାରମ୍ଭ ଲଞ୍ଚ ହେଇଯାଇଛି । ଏହି ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁଥଆଇକନ ରାହୁଲ ବୋଷ ।

 

ସାଂସଦ ଅଚ୍ୟୁତ ସାମନ୍ତ, ପୋଲିସ କମିସନର ସୋମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମା ଶଙ୍କର ଦାସଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁଲିସ କମିସନର କହିଛନ୍ତିଯେ, ଆମେ କିଛି ନ ଜାଣି ସୋଶାଲ ମିଡିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉ ଏବଂ ପରେ କ୍ରାଇମ ହୁଏ । ସେଥିପାଇଁ ଏହାକୁ ରୋକିବା ପାଇଁ ଏହି ପ୍ରାରମ୍ଭ କରାଯାଇଛି । ଭୂବନେଶ୍ୱର ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ସକାଳ ୧୦ରୁ ୫ ପର୍ଯ୍ୟନ୍ତ ଫୋନ ଲାଇନ ଖୋଲା ରହିବ । ଏହି ସେବା କେବଳ ଏବେ ଭୁବନେଶ୍ୱରରେ ହେଉଛି ପରେ ଏହା କଟକ ପର୍ଯ୍ୟନ୍ତ ଜାରି ହେବ ୨୫୪୪୫ ।

Leave a Reply

Your email address will not be published.