କଟକ କମିଶନର ପୁଲିସ ପକ୍ଷରୁ ଆୱାରନେସ କାର୍ଯ୍ୟକ୍ରମ

କଟକ, (ନାଗରାଜ ନ୍ୟୁଜ): କଟକ ମର୍କତନଗର ଥାନା ଅଞ୍ଚଳରେ ଥିବା ଶକୁନ୍ତଳା ମଣ୍ଡପରେ ଆଜି କମିଶନର ପୁଲିସ ପକ୍ଷରୁ ସାଇବର ସୁରକ୍ଷା ପାଇଁ ଏକ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିପି ଓ ଡିସିପି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମର୍କତନଗର ଅଞ୍ଚଳର ବରିଷ୍ଠ ନାଗରିକମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସାଇବର କ୍ରାଇମକୁ ନେଇ କିଭଳି ନିଜକୁ ସୁରକ୍ଷା ଦେଇପାରିବା ସେନେଇ ଡିସିପି ସୂଚନା ଦେଇଥିଲେ । ସିପି ମଧ୍ୟ କେଉଁ ଭଳି ସାଇବର କ୍ରାଇମକୁ କମ କରାଯାଇପାରିବ ସେହି ବିଷୟରେ କହିଥିଲେ । ବରିଷ୍ଠ ନାଗରିକମାନେ ନିଜ ନିଜର ମତ ଦେଇଥିଲେ ।

ପୁଲିସର ଏହି ଭୂମିକାକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ । ମର୍କତନଗର ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜୋନ ୩ ଏସିପି ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.