ଗଜଲକ୍ଷ୍ମୀ ପୂଜା ଆରମ୍ଭ, ଅନ୍ତରାରେ ୭୦ ବର୍ଷ ଧରି ପୂଜା ପାଉଛନ୍ତି ମା’

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ମାଆଙ୍କ ଆଗମନରେ ସହର ଠାରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ହୋଇ ଉଠିଛି ଚଳଚଞ୍ଚଳ । ଏଥି ମଧ୍ୟରୁ ବାଲେଶ୍ଵର ଜିଲ୍ଲା ଅନ୍ତରା ବଜାରରେ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ ହେଉଛି । ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ମାନସିକ ପୂରଣ ନିମନ୍ତେ ମାଆଙ୍କ ପାଖରେ ଭୋଗ କରିଥାନ୍ତି । ମା’ ଗଜଲକ୍ଷ୍ମୀଙ୍କ ମେଳା ଏଠାରେ ୧୫ ଦିନ ଧରି ଚାଲିବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ହୋଇଥାଏ । ଚଳିତ ବର୍ଷର ସରକାରଙ୍କ କୋଭିଡ କଟକଣା ଯୋଗୁ ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଫିକା ପଡିଛି ।

ଏହି ଗଜଲକ୍ଷ୍ମୀ ପୂଜା ଅବସରରେ ଏ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍କଳ ଯୁବ ସମାଜ ପକ୍ଷରୁ ଆବାହକ ସନାତନ ବେହେରାଙ୍କ ନେତୃତ୍ୱରେ ଶତାଧିକ ସ୍ୱେଚ୍ଛାସେବୀ ଯୋଗଦେଇ ବଜାରକୁ ସଫେଇ କରିଥିଲେ । ଏଥିରେ ଅନ୍ତରା ବଜାର ପୂଜା କମିଟି ସମେତ ଅନ୍ତରା ବଜାରର ଦୋକାନୀମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିନୋଦ ବିହାରୀ ଗାହାଣ, ଶ୍ରିତମ ନାୟକ, କମଳା କାନ୍ତ ବାରିକ, ଶଶିକାନ୍ତ ସାହାଣୀ, ବସନ୍ତ ବିଶ୍ୱାଳ, ପାପାଜି ଶଙ୍ଖୁଆ, ଅଜିତ ରାଉଳ, ସନ୍ତୋଷ ବେହେରା, ରାଜୀବ ମହାପାତ୍ର, ସୁବ୍ରତ ସେଠୀ, ବାପି ବେହେରା, ପାଗୁଲୁ ବିଶ୍ୱାଳ, ଜୟକୃଷ୍ଣ ଜେନା, ମୁନା ପଣ୍ଡା ଓ ପ୍ରକାଶ ଦାସ ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.