ବିଜେଡିର ମହା ମିଶ୍ରଣ ପର୍ବ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ପବିତ୍ର ଗଜଲଷ୍ମୀ ପୂଜା ଅବସରରେ ଖଇରା ବିଜୁ ଜନତା ଦଳ ତରଫରୁ ଖଇରା ବ୍ଲକ ବଡ଼ନୂଆଗାଁ ଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମହା ମିଶ୍ରଣ ପର୍ବ ବଡ଼ ନୂଆଗାଁ ପଞ୍ଚାୟତର ସରପଞ୍ଚ ସୁବାଶିନୀ ଦାସ ଓ ବଶିଷ୍ଠ ସମାଜସେବୀ ଦାମୋଦର ସେଣ୍ଡ ତାଙ୍କର ସହକର୍ମୀ ମାନଙ୍କ ସହ ବିଜେପି ଦଳ ଛାଡି ବିଜୁ ଜନତା ଦଳର ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଖଇରା ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ଜିଲ୍ଲାପରିଷଦ ସଭ୍ୟା କଳ୍ପନା ନାଇକ, ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ମହଲା, ବ୍ଲକ ସଭାପତି ବ୍ରଜକିଶୋର ମହାନ୍ତି, ମହିଳା ସଭାପତି ରଶ୍ମିତା ମହାପାତ୍ର, ପଞ୍ଚାୟତ ସଭାପତି ଲଷ୍ମୀଧର ବେହେରା, ଯୁବ ସଭାପତି ମୁକ୍ତିକାନ୍ତ ସ୍ୱାଇଁ, ପଞ୍ଚାୟତ ସମିତିସଭ୍ୟା ନମିତା ଜେନା ଓ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published.