ହାଇ ପ୍ରୋଫାଇଲ ଜମି ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ, (ନାଗରାଜ ନ୍ୟୁଜ): ହାଇ ପ୍ରୋଫାଇଲ ଜମି ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଜମି ଦେବା ନାଁରେ ବ୍ୟାଙ୍କରେ ନକଲି କାଗଜପତ୍ରକୁ ଚଞ୍ଚକତା କରି ୬୦ ଲକ୍ଷ ଟଙ୍କାର ହେରଫେର କରିଥିଲେ ଦୁର୍ବୃତ୍ତ । ତେବେ ଜମି ମାଲିକଙ୍କ ଅଜ୍ଞାତରେ ତାଙ୍କ ଜମିର ନକଲି ଦସ୍ତାବିଜ ଦାଖଲ କରି ବ୍ୟାଙ୍କରୁ ଋଣ ନେଉଥିବା ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି କଟକ ଲାଲବାଗ ଥାନା ପୋଲିସ। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ସଂଖ୍ୟକ ନକଲି ତଥା ଜାଲ ଦସ୍ତାବିଜ ଓ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି ।

ହାଇପ୍ରୋଫାଇଲ ଜମି ଠକେଇର ପର୍ଦ୍ଦାଫାସ , ୩ ଗିରଫ  । ଏହି ୩ ଜଣ ହେଉଛନ୍ତି ସତ୍ୟ ଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ ଓ ରାଜ କିଶୋର ସ୍ୱାଇଁ । ଏହାପୂର୍ବରୁ କୋଟି କୋଟି ଟଙ୍କା ଠକିଥିବା ନେଇ ପୋଲିସ ଅନୁମାନ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ସତ୍ୟ ଶଙ୍କର ଶତପଥୀ, କ୍ଷେତ୍ର ମୋହନ ତ୍ରିପାଠୀ ଓ ରାଜକିଶୋର ସ୍ୱାଇଁ ଚନ୍ଦକା ଅଞ୍ଚଳରେ ଥିବା ନୟାଗଡ଼ ବାସିନ୍ଦା ସତ୍ୟବାଦୀ ବଳିୟାରସିଂଙ୍କ ଏକ ଜମିକୁ ବନ୍ଧା ପକାଇ କଟକ ଲାଲବାଗ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କରୁ ୬୦ ଲକ୍ଷ ଟଙ୍କାର ଋଣ ଆଣିଥିଲେ ।

ତେବେ ୨୦୧୯ ମସିହାରେ ନିଆଯାଇଥିବା ଏହି ଋଣକୁ ପରିଶୋଧ କରାନଯିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଠକେଇ ସମ୍ପର୍କରେ ସୂଚନା ପାଇଥିଲେ । ଏବଂ ଲାଲବାଗ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ଏହି ମାମଲାର ତଦନ୍ତ କରି ପୋଲିସ ଏହି ଗ୍ୟାଙ୍ଗର ମୁଖ୍ୟ ସତ୍ୟସଙ୍କର ଶତପଥୀ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସତ୍ୟଶଙ୍କର ପୂର୍ବରୁ ମଧ୍ୟ ଏହିଭଳି ଏକ ମାମଲାରେ ସମ୍ପୃକ୍ତ ଥିଲେ ଏବଂ ସେ ଏଭଳି ଆଉ କେତୋଟି ଠକେଇ କରିଛନ୍ତି, ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି କଟକ ଡିସିପି । ଏପଟେ ଏହି ୩ ଜଣଙ୍କୁ ଗିରଫ କରିବା ପରେ ପୋଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି  ।

Leave a Reply

Your email address will not be published.