ଜ୍ୱାଇଁ ଆକ୍ରମଣରେ ଶାଶୁଙ୍କ ସମେତ ତିନି ଆହତ

ବାଙ୍କୀ, (ନାଗରାଜ ନୁ୍ୟଜ): ଝିଆରୀ ଜ୍ୱାଇଁ ଭୁଜାଲି ଆକ୍ରମଣରେ ମାଉସୀ ଶାଶୁଙ୍କ ସହ ତିନିଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ବାଙ୍କୀ ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଦଳିବାଡି ଗ୍ରାମର ପପୁ ରାଉତ ପାରିବାରିକ କଳହକୁ ନେଇ ଅଚାନକ ହାତରେ ଭୁଜାଲି ଧରି ନିକଟସ୍ଥ ନୂଆ ଓସ୍ତିଆର ମାଉସୀ ଶାଶୁଙ୍କ ଘରେ ପହଞ୍ଚି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହାସହ ମାଉଶି ଶାଶୁଙ୍କୁ ଘରୁ ଟାଣି ନେଇ ବେକରେ ଭୁଜାଲି ଲଗାଇ ହାଣିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସମ୍ପର୍କୀୟ ପୁତୁରାମାନେ ମହିଳାଙ୍କୁ ରକ୍ଷା କରିବାକୁ ଆସି ଆହତ ହୋଇଥିଲେ । ତେବେ ମହିଳାଙ୍କ ହାତ ଦୁଇଟି କଟିଯାଇଥିବାର ଜଣାଯାଇଛି । ଏହାପରେ ଉକ୍ତ ମହିଳାଙ୍କ ସମେତ ୪ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଠାରୁ ବାଇକ ଓ ଭୁଜାଲି ଜବତ କରି ତାଙ୍କୁ ଅଟକ ରଖିଛି । ମହିଳାଙ୍କ ସମେତ ସମସ୍ତେ ସୁସ୍ଥ ଥିବାର ଜଣାଯାଇଛି ।

Leave a Reply

Your email address will not be published.