ଦାୟିତ୍ଵ ଗ୍ରହଣ କଲେ ନବନିର୍ବଚିତ ମେୟର ସୁବାସ ସିଂ

କଟକ, (ନାଗରାଜ ନ୍ୟୁଜ): ଚଳିତ କଟକ ମହାନଗର ନିଗମ ନିର୍ବାଚନରେ ବିଜେଡି ପକ୍ଷରୁ ନବନିର୍ବଚିତ ମେୟର ଶ୍ରୀ ସୁବାସ ସିଂ ଆଜି ଗୁରୁବାର ଦିନ ନିଗମର ପଞ୍ଚମ ମେୟର ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିପାଇଁ ସହୀଦ ଭବନଠାରେ ନବନିର୍ବାଚିତ କର୍ପୋରେଟର ମାନଙ୍କର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିସହିତ ନିଗମର ଡେପୁଟି ମେୟର ପଦବୀ ପାଇଁ ନିର୍ବାଚନ ହୋଇ ବିଜେଡିର ୪୯ ନମ୍ଵର ୱ।ର୍ଡ ରୁ ଜିତିଥିବା ଦମୟନ୍ତ୍ରୀ ମାଝି ଡେପୁଟି ମେୟର ଦ୍ଭାବରେ ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ହୋଇଥିଲେ । ଡେପୁଟି ମେୟର ଲାଗି ଦମୟନ୍ତୀ ମାଝି ଏକମାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଏହି ପଦଲାଗି ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ଦମୟନ୍ତୀ ମାଝି ଙ୍କୁ ଡେପୁଟି ମେୟର ଭାବେ ନିର୍ବାଚନ ହେଲେ ବୋଲି ଘୋଷଣା କରିଥିଲେ। ଆଜି କଟକ ସହୀଦ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଏବଂ ୫୯ଟି ୱର୍ଡ ର କର୍ପୋରେଟର ମାନେ ଶପଥ ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କର ପୌର ନିର୍ଦ୍ଦେଶ ଶ୍ରୀ ସଂଗ୍ରାମ ଜିତ୍ ନାୟକ ମେୟର ଶ୍ରୀ ସୁବାସ ସିଂ ଏବଂ ୫୯ଜଣ କର୍ପୋରେଟର ମାନଙ୍କୁ ଶପଥ ପାଠ କରାଇଥିଲେ । ଶପଥ ପାଠ ପରେପରେ ନିଗମର ଡେପୁଟି ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ଡେପୁଟି ମେୟର ନିର୍ବାଚନରେ ବହୁ ଅନିୟମିତତା ଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ନିର୍ବାଚକୁ ବର୍ଜନ କରି କକ୍ଷତ୍ୟାଗ କରିଥିଲେ। ଶ୍ରୀ ସିଂ ମେୟର ଶପଥ ନେବାପରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସି ଏମ୍ ସି କମିଶନର ଏବଂ ଅନ୍ୟାନ୍ୟ ପଦା ଧିକାରୀମାନେ ଏବଂ ଦଳର ଅନ୍ୟ ନେତାମାନେ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।

ଚଳିତ ନିର୍ବାଚନରେ ୫୯ଟି ୱର୍ଡରୁ ବିଜେଡି ୩୮, କଂଗ୍ରେସ ୮ ଏବଂ ବିଜେପିରୁ ୭ଜଣ ସ୍ୱାଧୀନପ୍ରାର୍ଥୀ ଭାବରେ ୬ ଜଣ ନିର୍ବାଚିତ ହୋଇଥିଲେ । ଇତିମଧ୍ୟରେ ୨ ଜଣ ସ୍ଵାଧୀନ ପ୍ରାର୍ଥୀ ବିଜେଡିରେ ମିଶିବ । ପରେ ଦଳର ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି। ଏବଂ ଦଳ ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ୪୯ ନମ୍ବର ୱର୍ଡର ଏସ୍‌ ଟି ଏବଂ ଶିକ୍ଷିତା ଛାତ୍ରୀ ଦମୟନ୍ତୀ ମାଝି ନିର୍ଦ୍ବନ୍ଦରେ ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି । କଟକ ପୌର ନିଗମର ୫୯ଟି ୱର୍ଡରୁ ୩୨ ଜଣ ମହିଳା କର୍ପୋରେଟର ନିର୍ବାଚିତ ହୋଇଛନ୍ତି। ଶ୍ରୀ ସିଂମେୟର ଭାବରେ ଦାୟିତ୍ୱ ଗ୍ରହଣ କରିବାପରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ପାଖା ପାଖି ତିନିବର୍ଷ ପରେ କଟକ ପୌର ନିଗମ ଗଠିତ ହେବାକୁ ଯାଉଛି। କଟକ ସହରର ଦୀର୍ଘ ଦିନ ଧରି ଯେଉଁ ମୌଳିକ ସମସ୍ୟା ଲାଗି ରହିଛି ସେହି ସମସ୍ୟା ଗୁଡ଼ିକର ସମାଧାନ ଉପରେ ମୁଁ ଅଧିକ ପ୍ରଧାନ୍ଯ ଦେବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସହରର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ପରିକଳ୍ପନା କରିଛନ୍ତି ସେହି ପରିକଳ୍ପନାକୁ ସାକାର କରିବେ । କଟକ ସହରର ସାମୁହିକ ବିକାଶ କରିବା ମୋର ଏକ ମାତ୍ର ସ୍ବପ୍ନ।ଏହି ସହର ସହିତ ମୁଁ ଓତପ୍ରୋତ ଦ୍ଭାବରେ ଜଡିତ।ସହରବାସୀ ମୋତେ ଯେଉଁ ଗୁରୁ ଦାୟିତ୍ଵ ଦେଇଛନ୍ତି ସେହି ଦାୟିତ୍ଵ କୁସୁଚାରୁ ରୂପେ ସମ୍ପନ୍ନ କରିବି।

Leave a Reply

Your email address will not be published.