ରାଜ୍ୟସ୍ତରୀୟ ସବ ଜୁନିଅର ଓ କ୍ୟାଡେଟ କିରୋଗୀ ଓ ପୁମାସି ପ୍ରତିଯୋଗିତା

ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ର ମିଳିତ ସହଯୋଗରେ 34ତମ ଓଡିଶା ସବ- ଜୁନିଅର କିରୋଗୀ ଓ 6ତମ ପୁମସି ଟାଏକୋଣ୍ଡୋ ଓ 6ତମ କ୍ୟାଡଟ କିରୋଗୀ ଓ ପମାସୀ ଟାଏକୋଣ୍ଡୋ ପ୍ରତିଯୋଗିତା ଗରୁଡ ଛକସ୍ଥିତ ରେଳୱ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ସବୁ ଜିଲାରୁ 400ରୁ ଉର୍ଦ୍ଧ ପ୍ରତିଯୋଗି 7ବର୍ଷ ରୁ 14ବର୍ଷ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ଓଡ଼ିଶା ଟାଏକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ।

ଅନ୍ତର୍ଜାତୀୟ ରେଫରୀ ଓ ଜାତୀୟ ରେଫରୀ ପ୍ରତିଯୋଗିତାକୁ ପରିଚାଳନା କରିବାପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ମନୋନୀତ କରାଯାଉଛି.
ଉଦଘାଟନ ଉତ୍ସାବରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଓ ପୁରୀ ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୁରୀ ଜିଲ୍ଲା ସଙ୍ଘର ସଭାପତି ଶ୍ରୀ ଧବଳେଶ ମହାପାତ୍ର ଓ ରାଜ୍ୟ ସାଙ୍ଗର କୋଷାଧକ୍ଷ ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ସିକିମରାଜ୍ୟରୁ ଅନ୍ତର୍ଜାତୀୟ ରେଫରୀ ଶ୍ରୀ ତ୍ରିଲୋକ ସୁବା ମଧ୍ୟ ଯୋଗଦାନ କରିଥିଲେ ।

କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।ଖେଳକୁ ପରିଚାଳନା କରିବା ନିମନ୍ତେ ଅନେକ କୋଚ ଯୋଗଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକୁ ଓଡ଼ିଶା ଟାଏକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପରିଚାଳନା କରିଥିଲେ ।

Leave a Reply

Your email address will not be published.