ସେଣ୍ଟ ଜୋସେଫ ବାଳିକା ବିଦ୍ୟାଳୟର ୧୫୦ତମ ପୂର୍ତ୍ତି ଉତ୍ସବ ପାଳିତ

କଟକ, (ନାଗରାଜ ନ୍ୟୁଜ): ଓଡ଼ିଶାର ଏକ ସର୍ବପୁରାତନ ଇଂରାଜୀ ମାଧ୍ୟମ ବାଳିକା ବିଦ୍ୟାଳୟ ତଥା କଟକର ସେଣ୍ଟ ଜୋସେଫ ବାଳିକା ବିଦ୍ୟାଳୟର 150ତମ ପୂର୍ତ୍ତି ଉତ୍ସବ ଆକର୍ଷଣିୟ ସାଂସ୍କୃତିକ କାର୍ଯ୍ୟ କ୍ରମ ମାଧ୍ୟମରେ ଆରମ୍ଭ ହୋଇଛି । ବାଳିକା ବିଦ୍ୟାଳୟର 150 ତମ ପୂର୍ତ୍ତି ଉତ୍ସବ ଦୁଇଦିନ ଧରି ପାଳନ କରାଯିବ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ ମୂରଲୀଧର ଆନୁଷ୍ଠାନିକ ଭାବରେ ଆଜି କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଛନ୍ତି। 1872 ମସିହାରେ ଇଂରେଜ ମାନେ କଟକ ଆସିବାପରେ ମିଶନାରୀ ମାନେ ଏହି ବାଳିକା ବିଦ୍ୟାଳୟଟି ସ୍ଥାପନ କରିଥିଲେ।ବିଶେଷ କାରୀ ନାରୀ ମାନଙ୍କୁ ଶିକ୍ଷିତ କରିବା ଓ ନାରୀ ଶିକ୍ଷାର ପ୍ରସାର ପାଇଁ ଏହି ଲକ୍ଷ୍ୟ ରଖି ବାଳିକା ବିଦ୍ୟାଳୟଟି ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟଟି ସେଣ୍ଟ ଜୋସେଫ ବାଳିକା ବିଦ୍ୟାଳୟରେ ନାମ କାରଣ କରାଗଲା। ଆଜି ଏହି ବାଳିକା ବିଦ୍ୟାଳୟଟି 150 ବର୍ଷରେ ପଦାର୍ପଣ କରିଛି। ବିଶେଷ କରି ଏହା ଏକ ଇଂରେଜୀ ମାଧ୍ୟମ ସ୍କୁଲ ଭାବେ ବିବେଚିତ। ରେଭନ ଡନ ଶ୍ରୀ ବ୍ରିଡା ଗାଇନୀ ଏବଂ କଟକ ଭୁବନେଶ୍ୱର ବିସପ ଜନ ବରୁଆ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟର 150 ବର୍ଷ ପୂର୍ତ୍ତି ଲୋଗ କୁ ଉନ୍ମୋଚନ କରିଥିଲେ।

ବିଦ୍ୟାଳୟର ପୂର୍ବତନ ଅଧକ୍ଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ଭିଜୟା ମେରୀ ଏକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସ୍ମରଣିକା କୁ ଉନ୍ମୋଚିତ କରିଥିଲେ। ବିଶୋପ ଜନ୍ ବରୁଆ, ଜୋସେଫ ଆନ୍ସି, ମିଦା ଗାଈନି, ମୁଖ୍ୟ ବିଚାରପତି ଜଷ୍ଟିସ ମୂରଲୀଧର କହିଲେ ସାମ୍ପ୍ରତିକ ବିଶ୍ଵରେ ଦିନକୁ ଦିନ ଯୁଗର ପରିବର୍ତ୍ତନ ଘଟୁଛି,ବିଶ୍ୱବାସୀଙ୍କ ପାଇଁ ଏକ ଆହ୍ଵାନ ଆସିଛି ଏହାର ସମ୍ମୁଖୀନ ହୋଇ ଶାନ୍ତି ପ୍ରତିଷ୍ଠା କରିବା ଦରକାର। ଶିକ୍ଷାନୁଷ୍ଠାନ ଗୁଡିକ ଗୋଟିଏ ଗୋଟିଏ ମନ୍ଦିର ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଶାନ୍ତି ମୈତ୍ରୀ ସ୍ଥାପନ ହୋଇଥାଏ। ଶିକ୍ଷକ ମାନେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷାଦେଇ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ସହ ଭଲ ମଣିଷ ଭାବରେ ଗଢି ତୋଳନ୍ତୁ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ମୟୁରୀ ନୃତ୍ୟ, ଯୋଗ ଏବଂ ମହିଳା ଶସ୍ତ୍ରିକରଣ କୁ ଆଧାର କରି ନୃତ୍ୟ ନାଟିକା ପରିବେଷଣ କରିଥିଲେ।ଏହା ବ୍ୟତୀତ ଇଂରାଜୀ ନାଟକ ଓଡ଼ିଆ ନାଟକ ଏବଂ ଅର୍କେଷ୍ଟ୍ରାର ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.