୯୭ ବର୍ଷର ଫିଟ ମ୍ୟାନ ନିରଞ୍ଜନ

କଟକ, (ନାଗରାଜ ନ୍ୟୁଜ): କଟକର ୯୭ ବର୍ଷର ଯୁବକ ନିରଞ୍ଜନ ପଟ୍ଟନାୟକ । ପରିଣତ ବୟସରେଆଜି ବି ଅଛନ୍ତି ଫିଟ । ଯୋଗ ସାହାଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ଓ ନିରୋଗ ରଖି ଅନ୍ୟଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଇଏ ହେଉଛନ୍ତି କଟକ ମଧୁସୂଦନ ନଗର ଅଞ୍ଚଳର ୯୭ ବର୍ଷୀୟ ବରିଷ୍ଠ ନାଗରିକ ନିରଞ୍ଜନ ପଟ୍ଟନାୟକ। ୨୧ ଅକ୍ଟୋବର ୧୯୨୫ ମସିହାରେ ଜନ୍ମିତ ନିରଞ୍ଜନ ବର୍ତ୍ତମାନ ପାଦ ଦେଇଛନ୍ତି ୯୭ ବର୍ଷ ବୟସରେ। ବନ ବିଭାଗର ଏ ସି ଏଫ ଭାବରେ ୧୯୪୬ ମସିହାରେ କାର୍ୟ୍ୟରେ ଯୋଗ ଦେଇ ୧୯୮୩ ମସିହାରେ ଅବସର ନିଅନ୍ତି ସେ। ଆଜିକୁ ଅବସର ନେବାର ୩୯ ବର୍ଷ ବିତିଯାଇଥିଲେ ସୁଦ୍ଧା ନିଜକୁ ଯୋଗ ବଳରେ ଆଜି ପର୍ୟ୍ୟନ୍ତ ସୁସ୍ଥ ଓ କାର୍ୟ୍ୟକ୍ଷମ କରିପାରିଛନ୍ତି ନିରଞ୍ଜନ। ଆଜିକୁ ପ୍ରାୟ ୨୧ ବର୍ଷ ତଳୁ ଯୋଗ କରିବା ଆରମ୍ଭ କରି ଆଜି ପର୍ୟ୍ୟନ୍ତ ଯୋଗ କରିବା ଜାରି ରଖିଛନ୍ତି। ଦିନକୁ ହାରାହାରି ୧ ରୁ ୨ ଘଣ୍ଟା ଯୋଗ କରନ୍ତି। ଏହାରି ମଧ୍ୟରେ ବ୍ୟାଘ୍ରସନ , ପ୍ରାଣାୟମ, ସର୍ଭସନ , ମର୍କଟାସନ ଇତ୍ୟାଦି ସାମିଲ ଅଛି। କୋଭିଡ ପୂର୍ବରୁ ଦୈନିକ ୩ କିଲୋମିଟର ନଦୀବନ୍ଧ ରାସ୍ତାରେ ଚାଲୁଥିବା ବେଳେ ବର୍ତ୍ତମାନ ବନ୍ଦ ରଖି ଘର ପାଖା ଓ ଛାତ ଉପରେ ପ୍ରାତଃ ଭ୍ରମଣ ଜାରୀରଖିଛନ୍ତି। ଏହି ଯୋଗ କରିବା ଫଳରେ ସେ ନିଜକୁ ବେଶ ସୁସ୍ଥ ଓ ଫିଟ ରଖିପାରିଛନ୍ତି। ଏପରିକି ନିଜର ପରିବାର ଲୋକଙ୍କୁ ମଧ୍ୟ ଯୋଗ କରିବା ପାଇଁ ସେ ଉତ୍ସାହିତ କରିଛନ୍ତି। ଖାଲି ସେତିକି ନୁହେଁ ପରିବାର ପ୍ରତି ଥିବା କର୍ତ୍ତବ୍ୟ କୁ ସେ ସଠିକ ଭାବରେ ସମ୍ପାଦନ କରି ଘରର ପ୍ରତ୍ୟକ ଦରକାରୀ ଜିନିଷ ଗୁଡିକୁ ସେ ନିଜେ ବଜାରରୁ ଆଣନ୍ତି । ଆଜି କାଲି ସମୟରେ ୮୦ ବର୍ଷ ପରେ ଚଲାବୁଲା କରିବାକୁ ଲୋକେ ଅସକ୍ଷମ ହୋଇଯାଉଥିବ ବେଳେ ସେ ନିଜର ଯୋଗାଭ୍ୟାସ ଓ ଦୃଢ଼ ମନୋବଳ ଯୋଗୁ ଆଜି ନିଜକୁ ଫିଟ ରଖିଥିବା କଥା କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ନିଜକୁ ପରିଣତ ବୟସରେ ଫିଟ ରଖିଥିବା ନିରଞ୍ଜନ ପରିବାର ଲୋକଙ୍କୁ ମଧ୍ୟ ଯୋଗ କରିବା ପାଇଁ ପ୍ରେରଣା ଦେଇ ଆସିଛନ୍ତି। ଶ୍ୱଶୁର ଙ୍କର ଯୋଗାଭ୍ୟାସ ରେ ଅନୁପ୍ରାଣିତ ହୋଇ ନିଜେ ଯୋଗ କରି ଚାଲିଛନ୍ତି ପାଖରେ ରହୁଥିବା ଦୁଇ ବୋହୁ। ନିଜର କାର୍ୟ୍ୟ ସାରି ଘଣ୍ଟାଏ ଲେଖାଏଁ ଯୋଗ କରି ନିଜକୁ ସୁସ୍ଥ ରଖିବାରେ ସକ୍ଷମ ହୋଇଛନ୍ତି ବୋହୁ ମାନେ। ନିଜ ଠାରୁ ମଧ୍ୟ ଅଧିକ ଫିଟ ନିଜର ଶଶୁର ଥିବା କଥା କହିଛନ୍ତି ବୋହୁ ପଙ୍କଜିନି ପଟ୍ଟନାୟକ ।
ବୟସର ଅପରାହ୍ନରେ ପାଦ ଦେଇ ସାରିଥିବା ନିରଞ୍ଜନ ପଟ୍ଟନାୟକ ନିଶ୍ଚିତ ଭାବରେ ଅନ୍ୟ ବରିଷ୍ଠ ନାଗରିକ ମାନଙ୍କର ପାଇଁ ପ୍ରେରଣା ଦାୟକ ହେବେ ବୋଲି ଆଶା ଓ ବିଶ୍ୱାସ ରହିଛି ।

Leave a Reply

Your email address will not be published.