ବ୍ଲକସ୍ତରୀୟ ମେଘା ସମନ୍ୱୟ ମେଳା ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଭା ଗୃହରେ ବ୍ଲକସ୍ତରୀୟ ସ୍ଵୟଂ ସହାୟକ ଗୋଷ୍ଠୀ ଏକ ମେଘା ସମନ୍ୱୟ ମେଳା ବ୍ଲକର ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେସ ସାହୁ ଯୋଗ ଦେଇ ସାମାଜିକ ଅର୍ଥନୈତିକ ବିକାଶ ବ୍ୟାଙ୍କର୍ଷ ଓ ସ୍ଵଂୟ ସହାୟକ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ଓ ମାତୃଶକ୍ତିର ବିକାଶ ହେବ ବୋଲି ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ ଓଡିଶା ସରକାରଙ୍କର ନାରୀ ସଶକ୍ତିକରଣ ଉପରେ ମିସନ ଶକ୍ତି ଓ ଓଏଲଏମର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିପିସି ମୋନାଲିସା ଭଞ୍ଜ, ବ୍ୟାଙ୍କ ସମୂହ ପ୍ରବନ୍ଧକ ସଂଜୟ କୁମାର ସିଂ, ଢେଙ୍କାନାଳ ନାବାର୍ଡ ପ୍ରବନ୍ଧକ ଜ୍ଞାନେନ୍ଦ୍ର କୁମାର ରାଉତ, ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ, ବ୍ଲକ ଶିଶୁ ମହିଳା ପ୍ରକଳ୍ପ ଅଧିକାରୀଣୀ ଉର୍ମିଳା ଦେଉରୀ ଯୋଗ ଦେଇଥିଲେ ।

ଏହି ସମନ୍ୱୟ ଓଏଲଏମ ବିପିଏମ ଗଁଦିଆ ବୀରକିଶୋର ପଣ୍ଡା, ବାଳିକା ଓ ମହିଳା ସହାୟକ ଗ୍ରାମ ପଞ୍ଚାୟତର ପ୍ରକଳ୍ପ ଗଁଦିଆ ବ୍ଲକ ସଂଯୋଜିକା ଶୁଭଶ୍ରୀ ପାଇଟଲ ଯୋଗ ଦେଇଥିଲେ । ମେଳାରେ ୧୨୩ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୨ କୋଟି ୫୦ ଲକ୍ଷ ଟଙ୍କାର ମେଘା ରୁଣ ପ୍ରଦାନ କରାଯାଇଥିଲା । ଗଁଦିଆ ବ୍ଲକରେ କାର୍ୟ୍ୟ କରୁଥିବା ସମସ୍ତ ବ୍ୟାଙ୍କର ପରିଚାଳକ ଏହି ମେଘା ରୁଣରେ ସହଯୋଗ କରିଥିଲେ । ମିଶନ ଶକ୍ତି ଗୋଷ୍ଠୀ ସଂଯୋଜିକା ସସ୍ମିତା ରାଉତ ଆଜିର ପୁରସ୍କାର ବିତରଣ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ସଭାକୁ ଗଁଦିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ବାରିକ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହିତ ସଭାକାର୍ଯ୍ୟକୁ ସଫଳ ସଂଯୋଜନା କରିଥିଲେ । ଏହି ‌ମେଳାରେ ଉପସ୍ଥିତ ୫୦୦ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ବିନା ମୂଲ୍ୟରେ ମିଶନ ଶକ୍ତିର ବ୍ଲକସ୍ତରୀୟ ମହାସଂଘ ଦ୍ଵାରା ମାସ୍କ ବଣ୍ଟନ କରାଯାଇଥିଲା । ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟ ମାନଙ୍କୁ ମଞ୍ଚ ପରିଚାଳନା କରିଥିବା ସଂଯୋଜକ ଅନ୍ତର୍ଯ୍ୟାମୀ ବାରିକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.