୮ ବର୍ଷର ବିସ୍ମୟ ବାଳକ ଯୋଗଗୁରୁ

ବାଙ୍କୀ, (ନାଗରାଜ ନ୍ୟୁଜ): ଆଠ ବର୍ଷର ଶିଶୁ ଏବେ ପାଲଟିଛନ୍ତି ଯୋଗଗୁରୁ । ବାଙ୍କୀରେ ଘର ବିଦେଶରେ ନାଁ । ଏଭଳି ଜଣେ ଚମତ୍କାରିତା ଶିଶୁ ପାଞ୍ଚ ବର୍ଷ ବୟସରୁ ଆରମ୍ଭ କରିଥିଲେ ଯୋଗ । ପରାକ୍ରମ ଦେଖାଇ ପାରିଛନ୍ତି ନିଜ ଉଦ୍ୟମ ବଳରେ । ଏହି ବୟସରେ ପ୍ରାୟ ୨ ଶହରୁ ଉଦ୍ଧ୍ୱର୍ ପ୍ରକାରରର ଯୋଗ ଜ୍ଞାନର ଅଧିକାରୀ ହୋଇସାରିଛନ୍ତି । ଏହାସହ ଜେଡେ ଏଫେ ଫାଉଣ୍ଡେସନ ନାମରେ ନିଜର ରହିଛି ଏକ ଯୋଗ ଶିକ୍ଷା କେନ୍ଦ୍ର । ଯଦି ସରକାରୀ ସ୍ତରରେ ପ୍ରୋତ୍ସାହନ ସହିତ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଅଭ୍ୟାସ କରାଯାଏ ତେବେ ଏହି ଆଠବର୍ଷ ଶିଶୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ।

ଏଭଳି ବିସ୍ମୟ ଶିଶୁଙ୍କର ଯୋଗ କଳା କଟକ ଜିଲ୍ଲା ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିସରଭୁକ୍ତ ଶ୍ରୀଚନ୍ଦନ ପୁର ଅଞ୍ଚଳର ରୁଦ୍ର ନାରାୟଣ ପଣ୍ଡାଙ୍କ ପୁଅ ସୂର୍ଯ୍ୟ ପ୍ରକାଶ ବଦ୍ରୀନାଥଙ୍କ ନିକଟରେ ଦେଖିବାକୁ ମିଳିଛି । ୫ ବର୍ଷ ବୟସରୁ ଆରମ୍ଭ କରିଥିଲେ କୁନି ଶିଶୁ ନିଜର ଯୋଗାଭ୍ୟାସ ବୋଲି ପରିବାର ଲୋକେ କହିଛନ୍ତି । ପିଲାର ହାବ ଭାବ ଦେଖି ବାପା ମା ପାଠ ପଢ଼ା ସହିତ ଯୋଗ ଅଭ୍ୟାସ ପାଇଁ ସୁଯୋଗ ଦେଇଥିଲେ । ୟୁଟୁ୍ୟବ ମାଧ୍ୟମରେ ଯୋଗ ଶିଖନ୍ତି ବୋଲି ସୂର୍ଯ୍ୟ ପ୍ରକାଶ କହିଛନ୍ତି । ଚତୁର୍ଥ ଶ୍ରେଣୀରେ ଏବେ ପାଠ ପଢୁୁୁୁୁୁୁୁୁୁଛନ୍ତି ସୂର୍ଯ୍ୟ । ତାଙ୍କ ଯୋଗ କେନ୍ଦ୍ରରେ ୫୦ରୁ ଉଦ୍ଧ୍ୱର୍ ପିଲା ଯୋଗାଭ୍ୟାସ ପାଇଁ ଆସୁଛନ୍ତି । ଯଦି ସରକାରୀ ସ୍ତରରେ ସୂର୍ଯ୍ୟଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତେବେ ରାଜ୍ୟ ଦେଶର ନାଁ ଦିନେ ଉଚ୍ଚ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.