ଡୁଙ୍ଗୁରା ହାଇସ୍କୁଲରେ ରକ୍ତଦାର ଶିବିର ଅନୁଷ୍ଠିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଠାରେ ଥିବା ଦର୍ଶନ ପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା କଟକର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଜୟ ଜଗନ୍ନାଥ ଗ୍ରୁପ ଓଡିଶା ଆନୁକୂଲ୍ୟରେ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ମାୟାଧର ନାୟକ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ସଂସଦର ସମ୍ପାଦକ ବିଶ୍ୱନାଥ ପୃଷ୍ଟି, ପୂର୍ବତନ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡା ଓ ପ୍ରଧାନ ଶିକ୍ଷକ ମାୟାଧର ସାହୁ ଅତିଥି ଭାବେ ଯୋଗ ଦେଇ ରକ୍ତଦାନର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଜୟ ଜଗନ୍ନାଥ ଗ୍ରୁପ ଓଡ଼ିଶାର ରାଜ୍ୟ ସମ୍ପାଦିକା ମିନତୀ କର, ବାଲେଶ୍ୱର ଜିଲ୍ଲା ସଭାପତି ବିସ୍ମୟ ପାତ୍ର ଓ ସମ୍ପାଦକ ମହେଶ ମଲ୍ଲିକ ସଙ୍ଗଠନର ଭୂମିକା ଉପରେ ମତ ରଖିଥିଲେ ।

ଏଥିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ବାସନ୍ତୀ ଲତା ରାଉତ, ରତିକାନ୍ତ ବଳ, ଜଗନ୍ନାଥ ଲେଙ୍କା, ନିରଞ୍ଜନ ସାହୁ ଓ ବାବାଜି ସାହୁଙ୍କ ଦ୍ୱାରା ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ୟ୍ୟକ୍ରମଟି ଛାତ୍ର ସଂସଦର ସଦସ୍ୟ ନନ୍ଦକିଶୋର ପୃଷ୍ଟି, ଶରତ ସାହୁ, ମନୋରଞ୍ଜନ ସାହୁ, ଦୀପକ ବେହେରା, ଜଗନ୍ନାଥ ମାଝୀ, ମନୋଜ ମହାଳିକ, ଚନ୍ଦ୍ରକାନ୍ତ ବେହେରା ଓ ଶ୍ରୀଧର ପରିଡାଙ୍କ ଦ୍ୱାରା ସୂଚାରୁରୂପେ ପରିଚାଳିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଦସ୍ୟାମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଜୟ ଜଗନ୍ନାଥ ଗ୍ରୁପ ଓଡିଶାର କର୍ମକର୍ତ୍ତା ସଂସଦର ଏଭଳି କାର୍ୟ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ଶିବିର ଅନୁଷ୍ଠିତ କରିବାକୁ ସର୍ବଦା ଆଗଭର ଥିବା ପ୍ରକାଶ କରିଥିଲେ ।

Leave a Reply

Your email address will not be published.