ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

ପାଟଣାଗଡ଼, (ନାଗରାଜ ନ୍ୟୁଜ ): ପାଟଣାଗଡ ଖପ୍ରାଖୋଲ ଥାନା ଘୁଚାପାଳି ଗ୍ରାମର ବସନ୍ତ ରଣା ମଙ୍ଗଳବାର ଦିନ ନିଖୋଜ ହୋଇ ଯାଇଥିଲେ । ଏନେଇ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ରାତି ସମୟରେ ଲାଠୋର ଥାନା ଅର୍ନ୍ତଗତ ଶୁଳିଆବାହାଳ ଗ୍ରାମର ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଛି । ଘଟଣାଟି ଲାଠୋର ଥାନା ଅଞ୍ଚଳର ହୋଇଥିବାରୁ ଲାଠୋର ପୋଲିସ ଘଟଣାଟିର ତଦନ୍ତ କରୁଥିବା ଜଣାପଡିଛି । ବାରହା ଲଗାଇବା ପାଇଁ ଖୋଳା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହେବା ପରେ ଯୁବକଙ୍କୁ ଗାତ ଖୋଳି କିଛି ବ୍ୟକ୍ତି ପୋତି ଦେଇଥିବାର ପୋଲିସ ସନ୍ଦେହ କରିଛି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave a Reply

Your email address will not be published.