ଠାକୁରଗଡ଼ରେ ମା’ ଲଷ୍ମୀଙ୍କର ୫୩ ତମ ବାର୍ଷିକ ପୂଜା ପାଳିତ

ଆଠମଲ୍ଲିକ, (ନାଗରାଜ ନ୍ୟୁଜ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଠାରେ ମା’ ଲଷ୍ମୀଙ୍କର ୫୩ ତମ ବାର୍ଷିକ ପୂଜା ପାଳିତ ହୋଇଯାଇଛି । ଏଠାରେ ମା’ ଲକ୍ଷ୍ମୀଙ୍କର ପୂଜା ଦୀର୍ଘ ସାତ ଦିନ ଧରି ପାଳିତ ହୁଏ । ସେହି ସାତ ଦିନ ମା’ଙ୍କ ପୂଜା ବହୁ ଆଡମ୍ବର ସହ ପାଳିତ ହୁଏ । ସାଂସ୍କୃତିକ କାର୍ୟ୍ୟକ୍ରମ, ମିନା ବଜାର ଓ ଜନ ସମାଗମ ମଧ୍ୟ ଦେଖିବାକୁ ମିଳିଥାଏ । ଗତବର୍ଷ କରୋନା ମହାମାରୀ ଯୋଗୁ ମା’ ଲଷ୍ମୀଙ୍କ ପୂଜା ବନ୍ଦ ହୋଇଥିବା ବେଳେ ଚଳିତବର୍ଷ ମା’ ଲଷ୍ମୀଙ୍କର ୫୩ ତମ ପୂଜାର୍ଚ୍ଚନା ଯଥା ବିଧିରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ପୂଜାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ମାକ୍ସ, ସାନିଟାଇଜର ପ୍ରଦାନ ସହିତ ସାମାଜିକ ଦୂରତା ରକ୍ଷା କରି ପ୍ରସାଦ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି ।

କୋଭିଡ଼ି କଟକଣା ଯୋଗୁ ଦୋକାନ, ବଜାର ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜନ ସମାଗମ ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳଛିି । ଠାକୁରଗଡ଼ ଲକ୍ଷ୍ମୀ ପୂଜା କମିଟିର ସଭାପତି ସଂଜୀବ ପ୍ରଧାନ, ସମ୍ପାଦକ ସନ୍ତୋଷ କୁମାର ସାହୁ, ସଭ୍ୟ ଦୁଷ୍ମନ୍ତ ପ୍ରଧାନ, ମନୋଜ ସାହୁ, ବିଭୁପ୍ରସାଦ ସେନାପତି, ରାମଚନ୍ଦ୍ର ଖୁଣ୍ଟିଆ, ମାନସ ରଞ୍ଜନ ବିଶ୍ୱାଳ, ଭାଗିରଥି ଦେଓ, କୃପାସିନ୍ଧୁ ସାହୁ, ହେମନ୍ତ ଖୁଣ୍ଟିଆ, ବିଶେଶ୍ୱର ସାହୁ, ପବନ କୁମାର ସାହୁ, ବିଜୟ କୁମାର ସାହୁ ଓ ଗୋକୁଳାନନ୍ଦ ଶତପଥୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମା’ ଲଷ୍ମୀଙ୍କ ପୂଜାକୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.