ଆଶାକର୍ମୀ ସଂଘ ଶାଖା ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଦାବିପତ୍ର

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ପାଟଣାଗଡ଼ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ପକ୍ଷରୁ ଆଜି ୭ ଦଫା ସମ୍ବଳିତ ଦାବିପତ୍ର ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ସଭାନେତ୍ରୀ ଲଲିତା ବାଗ ଙ୍କ ନେତୃତ୍ବରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ରେ ଏକତ୍ରିତ ହୋଇ ୭ ଦଫା ସମ୍ବଳିତ ଦାବିପତ୍ର ରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଏଏନ୍ଏମ କର୍ମୀ ଆଶାକର୍ମୀ ମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ଜୋରଜବରଦସ୍ତ ଟଙ୍କା ଆଦାୟ ବନ୍ଦ କରିବା , ପ୍ରତ୍ୟେକ ମାସର ନିର୍ଧାରିତ ତାରିଖ ରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା । ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶି ର ସଠିକ ବିବରଣୀ ଆଶାକର୍ମୀ ଙ୍କୁ ପ୍ରଦାନ କରିବା ,କୋଭିଡ ସମୟରେ କରିଥିବା କାର୍ଯ୍ୟ ଦିବସ ର ଏରିୟର ରାଶି ପ୍ରଦାନ କରିବା । ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଅନୁଦାନ ୧୦ ହଜାର ଟଙ୍କା ରାଶିକୁ ଏଏନ୍ଏମ କର୍ମୀ ମାନେ ଜବରଦସ୍ତ ସ୍ବତନ୍ତ୍ର ଅନୁଦାନ ରାଶି ୪ ରୁ ୫ ହଜାର ଟଙ୍କା ଆଦାୟ କରିବା । କେତେ ଜଣ କାର୍ଯ୍ୟରତ ଆଶାକର୍ମୀ ଙ୍କୁ ଟାର୍ଗେଟ ରଖି କିଛି ମାସର ପ୍ରୋତ୍ସାହନ ରାଶି ବନ୍ଦ କରିଥିବା ରାଶି ତୁରନ୍ତ ଆଶାକର୍ମୀ ଙ୍କୁ ପ୍ରଦାନ କରିବା । ଲଞ୍ଚୁଆ ଏଏନ୍ଏମ ,ବିପିଓ ଓ ବିପିଏମ ବାଡା ଙ୍କୁ ତୁରନ୍ତ ବଦଳି କରିବା ଆଦି ଦାବି ରହିଛି

ଏହି ସମସ୍ୟାର ସମାଧାନ ୭ ଦିନ ମଧ୍ୟରେ ଯଦି ପୁରଣ ନହୁଏ ତେବେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ତାଳା ପକାଇ ଧାରଣା ଦେବାକୁ ଆଶାକର୍ମୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟ ପକ୍ଷରେ ସଂଘ ପକ୍ଷରୁ ୭ ଦଫା ସମ୍ବଳିତ ପ୍ରଦାନ କରାଯାଇଥିବା ଦାବି ପତ୍ର ବଲାଙ୍ଗୀର ଜିଲ୍ଲାପାଳ , ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ , ଜାତୀୟ ସ୍ବାସ୍ଥ୍ୟ ନିର୍ଦେଶିକା ଭୂବନେଶ୍ଵର , ଡି .ପି .ଏମ ବଲାଙ୍ଗୀର , ନିଖିଳ ଓଡିଶା ଆଶାକର୍ମୀ ସଂଘ ରାଜ୍ୟ ସଭାପତି , ଜିଲ୍ଲା ସଭାପତି ଙ୍କୁ ପ୍ରେରଣ କରାଯାଇଥିବା ଦାବି ପତ୍ର ରେ ଉଲ୍ଲେଖ ରହିଛି । ଦାବି ପତ୍ର ପ୍ରଦାନ ସମୟରେ ଆଶାକର୍ମୀ ସଂଘ ଜିଲ୍ଲା ସଂଯୋଜୀକା ଆନନ୍ଦିନୀ ବିଶ୍ଵାସ ସଭାନେତ୍ରୀ ଲଲିତା ବାଗ ପୁଷ୍ପାଞ୍ଜଳି ଚୌଧୁରୀ ମଥୁରା କାଲସାଏ ସାଧବୀ ମହାନନ୍ଦ ସଂପାଦିକା ନଳିନୀପ୍ରଭା ,ସଂଗିତା ହରିପାଲ କୋଷାଧ୍ୟକ୍ଷ ତପସ୍ଵିନୀ ସେଠ କୌଶଲ୍ୟା ମେହେର କୁନ୍ତୀ କୁମ୍ଭାର, ବାସନ୍ତୀ କୁଅଁର,ସୁରଦିନୀ ପ୍ରଧାନ,ସଂଯୁକ୍ତା ସାହୁ , ର ଉର୍ବଶୀ ସାହୁ , ସୁକାନ୍ତି ବର୍ଗତ୍ତି , ତ୍ରିବେଣୀ କୁମ୍ଭାର ପ୍ରତିମା ସରାଫ ସରୋଜିନୀ ରଣା ଜ୍ୟୋତ୍ସ୍ନାମୟୀ ସାହୁ , ରାସେଶ୍ୱରୀ ଫରିକାର , ଡମନୀ ସାହୁ , କିଶୋରୀ ବରିହା ଙ୍କ ସମେତ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.