ସାଉଣ୍ଡ ଓ ଲାଇଟ ଆସୋସିଏସନର ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର‌ ପ୍ରଦାନ

ଟିଟିଲାଗଡ, (ସରୋଜ ପୁଝାରୀ): ସାଉଣ୍ଡ ଓ ଲାଇଟ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତାମାନେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ କଟକଣାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସେମାନଙ୍କ କହିବା କଥା ଅନୁସାରେ ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ ସରକାରଙ୍କ (କୋଭିଡ – ୧୯) ସମସ୍ତ ନିୟମ ମାନି ଆମ ସଂଘର ସବୁ ମାଲିକ ମାନେ ନିଜ ନିଜର ବ୍ୟବସାୟ ବନ୍ଦ କରିଛନ୍ତି । ଯାହା ଦ୍ୱାରା ତାଙ୍କର ଦୀର୍ଘ ଦିନ ହେଲା ବିଭିନ୍ନ ଆର୍ଥିକ ସମସ୍ୟା ସମ୍ମୁଖୀନ ହୋଇ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଲାଣି ।

ଏହାସହିତ ମାଲିକ ଓ କର୍ମଚାରୀ ମାନଙ୍କର ପରିବାର ଦୁଃଖ କଷ୍ଟରେ ଜୀବନଯାପନ କରୁଛି । ଏଣୁ ଅଧିକାଂଶ ମାଲିକ ମାନେ ସାଉଣ୍ଡର ଯନ୍ତ୍ରପାତି ପାଇଁ କରିଥିବା ବ୍ୟାଙ୍କ ଋଣ ସହିତ ଗାଡିର କିସ୍ତି ଟଙ୍କା କିପରି ପରିଶୋଧ କରିବେ । ସେମାନଙ୍କ ପାଖରେ ଅନେକ ଶ୍ରମିକମାନେ କାମ କରି ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତମାନ ସେମାନଙ୍କ ବ୍ୟବସାୟ ବନ୍ଦ ଥିବାରୁ ତାଙ୍କ ପାଖରେ କାମ କରୁଥିବା ଶ୍ରମିକ ମାନେ ଜୀବିକା ହରାଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଧୀରେ ଧୀରେ ଦୋକାନ ବଜାର ଏବଂ ବିଭିନ୍ନ ଫାକ୍ସି, ସୋପିଙ୍ଗ ମଲ, ମଦ ଦୋକାନ, ରେସ୍ତୋରେଣ୍ଟ, ଗାଡ଼ି ମଟର ଏପରି ଅନେକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ଖୋଲିସାରିଲାଣି । ଏପରିକି ବିବାହ କାର୍ଯ୍ୟ ଓ ପର୍ବ ପର୍ବାଣି ମଧ୍ୟ ଅନୁଷ୍ଠିତ ହୋଉଛି । ତାଙ୍କର ବ୍ୟବସାୟ ରତୁକାଳୀନ ହୋଇଥିବା ବେଳେ କେବଳ ବାହାଘର ଏବଂ ପର୍ବ ପର୍ବାଣି ଉପରେ ନିର୍ଭରଶୀଳ ଥାଆନ୍ତି ।

ଏଣୁ ବାଜା ଓ ସାଉଣ୍ଡ ମାଲିକ ସଂଘ ତଥା କର୍ମଚାରୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତିଯେ, ସେମାନଙ୍କ ଆର୍ଥିକସ୍ଥିତିରେ ସୁଧାର ପୂର୍ବକ ସରକାରୀ ସ୍ତରରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ସେମାନଙ୍କ ବ୍ୟବସାୟ କାର୍ଯ୍ୟ ତୁଲାଇବା ପାଇଁ ଅନୁମତି ପ୍ରଦାନ କରିବା ପାଇଁ ଦାବୀ କରିଥିଲେ । ଆଜି ଲାଇଟ୍ ଓ ସାଉଣ୍ଡ ଏସୋସିଏସନ୍‌ର ସଦସ୍ୟ ମାନେ ଟିଟଲାଗଡ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନିସ ସୁନା, ସୀମାନ୍ ଜାଲ, ରଶିକ ପୋଡ, ତ୍ରିଲୋଚନ ନାୟକ, ମୁରଲୀ ପଟେଲ, ନାରାୟଣ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.