ସମସ୍ତ ହାର୍ଡିଂ ଓ ପୋଷ୍ଟକୁ ହଟାଇବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ଆଜି ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟସ୍ (ATA) ପକ୍ଷରୁ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି ହୋଇଥିବା ଆଚରଣ ବିଧି ଉଲଘଂନ ସମ୍ପର୍କରେ ଅନୁଷ୍ଠାନର ସଦସ୍ୟଙ୍କ ଦ୍ଵାରା ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପୁରୀ ସହରକୁ ସଂଲଗ୍ନ ସମସ୍ତ ପଞ୍ଚାୟତ ମାନ ରହିଛି। ପୁରୀ ସହର ଏବଂ ଏହାର ଉପକଣ୍ଠରେ ଏବେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନାର ହୋର୍ଡିଂ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଲାଗି ରହିଛି, ଯାହାକି ନିର୍ବାଚନ ଆଚରଣ ବିଧି ଉଲଘଂନ ସହ ଭୋଟର ମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହୁଛି । ତେଣୁ ଅନୁଷ୍ଠାନ ତରଫରୁ ଉକ୍ତ ସମସ୍ତ ହାର୍ଡିଂ ଓ ପୋଷ୍ଟର ଗୁଡ଼ିକୁ କାଢି ନିଆଯିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ବର୍ମା ଯଥାଶୀଘ୍ର ସମ୍ଭବ ଏହା ଉପରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁଧାଂଶୁ ଜେନା, ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶ, ଉପ ସଭାପତି ବିସ୍ମୟ ମିଶ୍ର, ଉପ ସଂପାଦକ ଆଦିତ୍ୟ ନାରାୟଣ ବାରିକ, ମିଡ଼ିଆ ସେଲ ସଂଯୋଜକ ସତ୍ୟନାରାୟଣ ସାହୁ, ମାନସ ରଥ, କୃଷ୍ଣ ମୋହନ ପ୍ରଧାନ, ନିରାକାର ମହାରଣା, କାହ୍ନୁ ଚରଣ ବଡ଼ପଣ୍ଡା, ମାନସ ନାୟକ ଏବଂ ଶୁଭଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.