ଆଦିବାସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଟୀର ସରକାରଙ୍କୁ ନିବେଦନ

ଟିଟିଲାଗଡ: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ୍ ଗ୍ରାମରେ ଦୀର୍ଘ ୧୨ ବର୍ଷ ହେଲା ଆଦିବାସୀ ମହିଳା ମାନଙ୍କୁ ନେଇ ଆଦିବାସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଟୀ ଚାଲି ଆସୁଅଛି । ଏହି ଆଦିବାସୀ ମହିଳା ଗୋଷ୍ଠୀ ଗ୍ରାମ ପ୍ରତି ବହୁତ ଉନ୍ନୟନ କାମ କରି ଆସୁଛନ୍ତି । ଯେଉଁଠି ଦୀର୍ଘ ୪ ବର୍ଷ ହେଲା ଗ୍ରାମର ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଘରୋଇ ବିଦ୍ୟାଳୟ ହିସାବରେ ଶିକ୍ଷା ପ୍ରଦାନ କରିଆସୁଥିଲେ ଯାହାକି ବର୍ତମାନ ତାହା କୋଭିଡ-୧୯ ଯୋଗୁଁ ସ୍ଥଗିତ ଅଛି ।

ଏହି କାରୋନା ସମୟରେ ମଧ୍ୟ ଉକ୍ତ ମହିଳା ଗୋଷ୍ଠୀ ଗରିବ ଲୋକ ମାନଙ୍କୁ ଖାଦ୍ୟ, ମାକ୍ସ, ଛାତ୍ର ଛାତ୍ରୀ ମାନଙ୍କୁ ଖାତା କଳମ ବଣ୍ଟନ ଓ ଅନେକ ପ୍ରକାର କ୍ରୀଡା ପ୍ରତିଯୋଗୀତା କରି ଆସିଛନ୍ତି । ଗତ ୨ ବର୍ଷ ଠାରୁ ନିଜ ଗ୍ରାମର ଠଡଥଡା ବନ୍ଧ ପୋଖରୀକୁ ସରକାରୀ ଆଇନ ଅନୁଯାୟୀ ୩ ବର୍ଷ ପାଇଁ ଲିଜ୍ ନେଇ ମାଛ ଚାଷ କରିଆସୁଛନ୍ତି । କିନ୍ତୁ ସେହି ପୋଖରୀକୁ ମାଛ ଚାଷ କରିବାପାଇଁ ଆହୁରି ୫ ବର୍ଷ ଲିଜ ଆକାରରେ ବଢାଇ ଦେବାପାଇଁ ସରକାରଙ୍କୁ ଅନୁରୋଧ କରି ବଲାଙ୍ଗିର ଜିଲ୍ଲାପାଳ, ଡିଏଫଓ, ଡ଼ିପିଓ, ଉପଜିଲ୍ଲାପାଳ ଟିଟିଲାଗଡ, ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ମାଧ୍ୟମରେ ଜଣାଇଛନ୍ତି । ସରକାର ଆମକୁ ଏହି ସୁଯୋଗ ଦେଲେ ଆଗକୁ ଆମ୍ଭେ ଆହୁରି ମାଛଚାଷ କରି ଆୟ ହୋଇଥିବା ଟଙ୍କାକୁ ଉନ୍ନତ ମୂଳକ କାର୍ଯ୍ୟ କରିବୁ ବୋଲି ଉକ୍ତ ମହିଳା ଗୋଷ୍ଠୀ କହିଛନ୍ତି ।

Leave a Reply

Your email address will not be published.