୧୫ରୁ ଆରମ୍ଭ ହେବ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ

କଟକ, (ନାଗରାଜ ନ୍ୟୁଜ ): ଆସନ୍ତା ୧୫ ତାରିଖରୁ କଟକ ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଆରମ୍ଭ ହେବ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ । ଏହା ୩ ଟି ପର୍ଯ୍ୟାୟରେ ୩ ମାସ ପର୍ଯ୍ୟନ୍ତ ଚାଲିବ । ପ୍ରତି ମାସରେ ୭ ଟି କାର୍ଯ୍ୟ ଦିବସରେ ଏହି ଅଭିଯାନ ଚାଲିବ । ଏ ନେଇ ସାମ୍ୱାଦିକ ସମ୍ମିଳନୀ ସୂଚନା ଦେଲେ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଏହି ଟୀକାକରଣ ଅଭିଯାନରେ ଖାସ କରି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯିବ। ଏହାସହ ନିମୋନିଆକୁ ଦମନ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଟୀକାକରଣ କରିବା ସହ ଲୋକଙ୍କୁ ସଚେତନ କରିବେ ଆଶା କର୍ମୀ ଓ ଏଏନଏମ କର୍ମୀ । ଶିଶୁ ଓ ଗର୍ଭବତୀମାନେ କିପରି ସମ୍ପୂର୍ଣ୍ଣ ଟୀକାକରଣ କରାଯାଇ ପାରିବ ସେ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି । ସଂପୂର୍ଣ୍ଣ ଟୀକାକରଣ ହେଲେ ଶିଶୁମାନେ ସମସ୍ତ ପ୍ରକାରର ସଂକ୍ରମକ ରୋଗରୁ ରକ୍ଷା ପାଇ ପାରିବେ ।

Leave a Reply

Your email address will not be published.