ଆକ୍ସନ ମୋଡ଼ରେ ପ୍ରଶାସନ ,ଗୋଟେ ଚୋରା ବାଲି ଟ୍ରାକ୍ଟର କୁ ୩ଲକ୍ଷ ଟଙ୍କା ଜୋରିମାନା କରାଇଲେ ତହସିଲଦାର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଚୋରା ବାଲି ଓ ମାକେଡ଼ା ପଥର ଓ କଳାମୁଗୁନି ପଥର ମାଫିଆ ମାନଙ୍କୁ ଝଟକା | ଗାଡି ପିଛା ୩ଲକ୍ଷ ଟଙ୍କା ରୁ ଉର୍ଦ୍ଦ୍ୱ ଜୋରିମନା ଦେବାକୁ ପଡିବ |ଏହା ଆମେ କହୁନାହୁଁ ,ସିଧାସଳଖ ଘଟଣା ଉପରକୁ ଯିବା |ଜିଲ୍ଲାପାଳ ଓ ଏସ ପି ଢେଙ୍କାନାଳ ଙ୍କ ନିର୍ଦେଶ ତତସହିତ ସଦର ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ ଙ୍କ ଦିଗ୍ ଦର୍ଶନ କୁ ଭିତିକରି ,ଗତ ୫ନଭେମ୍ବର ୨୦୨୨ରେ ନିହଲପ୍ରସାଦ ଥାନା ଅଧିକାରୀ ଭାବେ ଦାଇତ୍ୱ ନେବା ପରଠାରୁ ବାଲି ଖଣି ଓ ମାଙ୍କେଡା ପଥର ମାଫିଆ ଙ୍କର ନିଦ ହଜାଇଲେଣି ଥାନା ଅଧିକାରୀ କାଶୀନାଥ ହାଂଷଦା, ପ୍ରକାଶ ଥାଉ କି ପିଙ୍ଗୁଆ ଆରଆଇ ଙ୍କୁ କିଛି ଦିନ ତଳେ ଖଣିଖନନ କରୁଥିବା ସମୟରେ ସଂଘବଦ୍ଧ ଆକ୍ରମଣ କରିଥିଲେ |ସେଇଦିନ ରୁ ସୁଯୋଗ ଖୋଜୁଥିଲା ନିହଲପ୍ରସାଦ ପୁଲିସ |ଗତ ଗୁରୁବାର ୨୩ମାର୍ଚ୍ଚ ରେ ବାଘ ବଜାରୀ ଖେଳ ପରି ପୁରା ହିନ୍ଦୀ ଫିଲ୍ମମ ଷ୍ଟାଇଲ ରେ ଟ୍ରାକ୍ଟର ସହିତ ଜଣକୁ ଗିରଫ କରି ଭାରତୀୟ ଦଣ୍ଡବିଧି ଆଇନ 341,294,323,335,354A,307,379,34ଆଇପିସି୪ସହିତ ୧୮ଓଡିଶା ମିନେରାଲ ଆକ୍ଟ ଲଗାଇ ପିଙ୍ଗୁଆ ଗ୍ରାମର ସୌମ୍ୟରଞ୍ଜନ ସାହୁ ଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି ନିହାଲପ୍ରସାଦ ପୁଲିସ |ଏଥିସହିତ ଧରାପଡିଥିବା ଟ୍ରାକ୍ଟର ଟିକୁ ୩ଲକ୍ଷ ଟଙ୍କା ର ଜୋରିମାନା ରସିଦ କାଟିଛନ୍ତି ଗଁଦିଆ ତହସିଲ |ଏହିଜରୀମାନ ରାଶି ଗୋଟେ ଟ୍ରାକକ୍ଟର ଉପରେ ନିଶ୍ଚିତ ମାତ୍ରାଧିକ ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରଖିଲେ ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ | ଏଠାରେ ସାଧାରଣ ରେ ପ୍ରଶ୍ନ ?ନିଲାମ ଖଣି ଓ ବାଲି ଘାଟ ଦୀର୍ଘ ବର୍ଷ ହେଲା ଥାଇ ମଧ୍ୟ ଚାଲିପାରୁନାହିଁ ?କିନ୍ତୁ କାହାବଳରେ ବଳିୟାନ ହେଇ ମାଫିଆ ମାନେ ବାଲି, ମରୋମ,କଳାମୁଗୁନି ପଥର ଖୋଲାମଖୋଲା ପ୍ରଶାସନ କୁ ଚାଲେଞ୍ଜ କରି ଦିବାଲୋକ ଲୁଟ କରି ଚାଲିଛନ୍ତି |ଯଦି ମାତ୍ରାଦିକ ଫାଇନ ପ୍ରଶାସନ ଆଦାୟ ଜାରିରଖିବି ଏବଂ ନିହଲପ୍ରସାଦ ଥାନା ଅଧିକାରୀ କାହାର ଚାପ ର ବଶବର୍ତ୍ତୀ ନ ହୁଅନ୍ତି ନିଶ୍ଚିତ ଭାବେ ମାଫିଆମାନେ ପ୍ରମାଦ ଗଣିବା ଆରମ୍ବ କଲେଣି ବୋଲି ଯାହା ସାଧାରଣ ରେ ଚର୍ଚା ଚାଲିଛି |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.