ରାଜସ୍ବ ପର୍ଷଦ ଓ ଇନ୍ ଟାକ ସଂରକ୍ଷଣ ସଂସ୍ଥା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ

କଟକ, (ନାଗରାଜ ନ୍ୟୁଜ): କଟକର ବିରଳ ତଥା ପୁରାତନ ନଥି ପତ୍ର ସଂରକ୍ଷଣ ନିମନ୍ତେ ରାଜସ୍ବ ପର୍ଷଦ ଓ ଇନ୍ ଟାକ ସଂରକ୍ଷଣ ସଂସ୍ଥା ଭୁବନେଶ୍ୱର ମଧ୍ୟରେ ଏକ ଚୁକ୍ତି ନାମା ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ରାଜସ୍ବ ପର୍ଷଦ୍ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପର୍ଷଦର ସଦସ୍ୟ ଜି ଭି ଭେନୁଗୋପାଲ ଶର୍ମା ଅଧ୍ୟକ୍ଷତା କରି ସମ୍ପ୍ରତି ପୁରାତନ ନଥିପତ୍ର ଗୁଡ଼ିକର ସଂରକ୍ଷଣ ଆଗାମୀ ଦିନରେ ରାଜସ୍ୱ ବିଭାଗୀୟ କାର୍ଯ୍ୟ ଧାରାରେ ବହୁ ଉପାଦେୟତା ଉପଲବ୍ଧି କରିପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜମି ଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ମଧୁସୂଦନ ପାଢ଼ୀ, ଇନ୍ ଟାକ୍ ଓଡ଼ିଶା ଆବାହକ ଅମିୟ ଭୂଷଣ ତ୍ରୀପାଠୀ, ଇନ୍ ଟାକ୍ ର ଉପଦେଷ୍ଠା ସଞ୍ଜୀବ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ କହିଲେ ଗବେଷଣା କ୍ଷେତ୍ରରେ ପୁରାତନ ନଥି ଗୁଡିକ ସହାୟକ ହେଉଥିବାରୁ ଏଗୁଡ଼ିକୁ ଆଧୁନିକ ରେକର୍ଡ ରୁମ୍ ରେ ସଂରକ୍ଷିତ ରଖିବା ସହ ଏସବୁର ଉପାଦେୟତା ଉପଲବ୍ଧି ସମ୍ପର୍କରେ ଭଲ ଭାବେ ଯାଞ୍ଚ ଓ ସବିଶେଷ ତଥ୍ୟ ହାସଲ କରିବା ଦରକାର । ଏହି ଅବସରରେ ରାଜସ୍ବ ପର୍ଷଦ୍ ର ସଚିବ ସୁବ୍ରତ ଶତପଥୀ ଏବଂ ଇନ୍ ଟାକ୍ ଭୁବନେଶ୍ୱର ର ନିର୍ଦେଶିକା ଶ୍ରୀମତୀ ମଲ୍ଲିକା ମିତ୍ର ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। । ନିର୍ଦେଶିକା ଶ୍ରୀମତୀ ମିତ୍ର ସଂରକ୍ଷଣ ପ୍ରକ୍ରିୟା ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିବନ୍ଧ ମହାନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ, ଗୋପାଳ କୃଷ୍ଣ ବେହେରା, ଚକବନ୍ଦୀ କମିଶନର ଜୟନ୍ତୀ ସିଂ, ଭୂ ସଂସ୍କାର କମିଶନର ସଂଚିତା ଦାସଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published.